ଚିକିଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଚିକିଟି ପେଣ୍ଠ ସ୍ଥିତ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଉଦଘାଟନ କରି କର୍ମଶାଳାର ଉଦେଶ୍ୟ ଓ ଶିକ୍ଷାଦାନ ସମୟରେ ଶ୍ରେଣୀ ଉପଯୋଗୀ ଶିକ୍ଷଣ ସାମଗ୍ରୀ ବ୍ୟବହାର ଉପରେ ଗୁରତ୍ୱଆରୋପ କରଥିଲେ I ଜିଲ୍ଲା ଶିକ୍ଷା ତାଲିମ୍ ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ବବିତା ସିଂ ନାୟକ, ବିଆରସିସି ନିଗମାନନ୍ଦ ପଣ୍ଡା,ଏବିଇଓ ସିମାଞ୍ଚଳ ପଣ୍ଡା ଓ ତ୍ରିନାଥ ମଲିକ ପ୍ରମୁଖ ଭାଷା, ଗଣିତ, ପରିବେଶ, ବିଜ୍ଞାନ ଓ ସମସ୍ତ ଶ୍ରେଣୀ,ବିଷୟଭିତିକ ଶିକ୍ଷଣ ସାମଗ୍ରୀ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ ଶିକ୍ଷା ସାମଗ୍ରୀ ପ୍ରସ୍ତୁତି ଉପରେ ଧାରଣା ପ୍ରଦାନ କରିଥିଲେ I ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବଳ ଶିକ୍ଷକ ଆୟାପା ମହାରଣା ଓ ସୁଜାତା ପାଣିଗ୍ରାହୀ ଧାରଣା ଓ କୌଶଳ ପ୍ରଦାନ କରିଥିଲେ I ଉଦଯାପନୀ ଉତ୍ସବରେ ଏବିଇଓ ସିମାଞ୍ଚଳ ପଣ୍ଡା ଓ ନିଗମାନନ୍ଦ ପଣ୍ଡାଙ୍କ ଉପସ୍ଥିତିରେ ସମସ୍ତ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଥିଲା । ଚିକିଟିରୁ ନରସିଂହ ବେହେରାଙ୍କ ରିପୋର୍ଟ