Wednesday, January 22, 2025
19.2 C
Brahmapur

ପରିବାରର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା…

Share

ବିଧାନସଭାରେ ସୁଭଦ୍ରା ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୂଚନା ଅନୁଯାୟୀ ସେ କହିଛନ୍ତି ଯେ, ପରିବାରର ସବୁ ମହିଳା ସୁଭଦ୍ରା ଯୋଜନାରେ ସୁବିଧା ପାଇପାରିବେ । ପରିବାରରେ ୩ କି ୪ଜଣ ମହିଳା ଥିଲେ ମଧ୍ୟ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏପରିକି ବିଧବା ମହିଳା ଓ ଛାତ୍ରବୃତ୍ତି ପାଉଥିବା ଝିଅମାନେ ବି ଏହି ଟଙ୍କା ପାଇପାରିବେ । ‘ସୁଭଦ୍ରା’ ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବିଜେଡିକୁ କାଉଣ୍ଟର କରିଥିଲେ । ସେ କହିଥିଲେ, ରାଜ୍ୟରେ ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ । ସ୍ୱଚ୍ଛଳ ବର୍ଗଙ୍କୁ ଛାଡ଼ି ଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି । ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ । ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜେଡି ଅନୁଭବ କରେ, ମୋତେ ଚିଠା ପଠେଇବେ, ମୁଁ ସମସ୍ତଙ୍କୁ ଦେବି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

Read more

Local News