ବିହାର: ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଗୁଣିଗାରେଡ଼ି ପାଇଁ ଜୀବନ ଯାଉଛି । ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା କରାଯାଇଛି ।
ଡାହାଣୀ ସନ୍ଦେହରେ ଅମାନୁଷିକ କାଣ୍ଡ- ଏହି ଘଟଣା ରବିବାର ବିଳମ୍ବିତ ରାତିରେ ମୁଫାସିଲ ଥାନା ଅଞ୍ଚଳର ରାଜିଗଞ୍ଜ ପଞ୍ଚାୟତର ଟେଟଗାମା ୱାର୍ଡରେ ଘଟିଥିଲା, ଯେତେବେଳେ ଅଧିକାଂଶ ଲୋକ ଶୋଇଥିଲେ । ଗାଁ ଲୋକମାନେ ସନ୍ଦେହ କରିଥିଲେ ଯେ ବାବୁଲାଲ ଓରାଓଁଙ୍କ ପତ୍ନୀ ସୀତା ଦେବୀ ଜଣେ ଡାହାଣୀ ବୋଲି ।
ମୃତକଙ୍କ ମଧ୍ୟରେ ବାବୁଲାଲ ଓରାଓଁ, ପତ୍ନୀ ସୀତା ଦେବୀ, ମା କାଟୋ ଦେବୀ, ପୁଅ ମନଜିତ କୁମାର ଏବଂ ବୋହୂ ରାଣୀ ଦେବୀ ଅଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
Share
Read more