ଖୋର୍ଦ୍ଧା:(ରାଜେନ୍ଦ୍ର ପ୍ରସାଦ ନାୟକ) ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଚଳିତ ୨୦୨୫ ୨୬ ଆର୍ଥିକ ବର୍ଷରେ ବିନା ଟିକେଟ ଧାରୀ ଏବଂ ଅନ୍ୟାନ୍ୟ ବାବଦକୁ ରେକର୍ଡ ପରିମାଣର ୩୮ କୋଟି ୮୮ ଲକ୍ଷ୍ୟ ଟଙ୍କା ଜରିମାନା ବାବଦକୁ ଆଦାୟ କରି ସର୍ବକାଳୀନ ରେକର୍ଡ କରିଥିବାରୁ, ଖୋର୍ଦ୍ଧା ରେଳ ମଣ୍ଡଳର ବରିଷ୍ଠ ମୁଖ୍ୟ ଟିକେଟ ନିରୀକ୍ଷକ ଅନୀଲ କୁମାର ମିଶ୍ର ଏବଂ ତାଙ୍କର ସହଯୋଗୀ ମାନେ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ, ସ୍ଥାନୀୟ ରେତଙ୍ଗ ରେଳ ବିଭାଗ କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ୭୦ ତମ ରେଳ ପୁରସ୍କାର ୨୦୨୫-୨୬ ଉତ୍ସବରେ ରେଳ ମହାପ୍ରବନ୍ଧକ ଡ଼ି.ସୁନୀଲ ଉପ ଢ଼ୋକନ ସହ ମାନ ପତ୍ର ପ୍ରସାନ କରିଥିଲେ। ଏହି ସର୍ବକାଳୀନ ରେକର୍ଡ ଜରିମାନା ଆଦାୟ ପାଇଁ ଅକ୍ଲାନ୍ତ ସମୂହ ଭାବେ ପରିଶ୍ରମ କରିବାକୁ ପଡିଥିଲା। ଉତ୍ତମ ଟିମ ଲିଡ଼ର ଭାବେ ସମସ୍ତଙ୍କୁ ନେଇ ଗଠିତ ଯୋଜନାର ଫଳ ସ୍ଵରୂପ ମହାପ୍ରବନ୍ଧକଙ୍କ ଦ୍ୱାରା ସଂମାନିତ ହୋଇପାରିଲେ। ଆଗାମୀ ଦିନରେ ଏହି ପ୍ରୟାସ ଅଧିକ ରୁ ଅଧିକ ଭାଭେ ଜାରୀରଖିବା ପାଇଁ ପ୍ରତିଶ୍ରୁତି ବଦ୍ଧ।