ଗୌଞ୍ଜୁ ଗ୍ରାମରେ ବିଦ୍ୟୁତ୍ ସଟ୍ ସର୍କିଟ୍ ରେ ନିଆଁ ଲାଗି ଚାରି ଘର ଜଳିଯାଇଛି ଅଗ୍ନିଶମ ବାହୀନୀ ଆସି ଅଗ୍ନିକୁ ଆୟତ କରିଲେ

Share

ରଙ୍ଗେଇଲୁଣ୍ଡା ଗତ କାଲି ଅପରାହ୍ନ ରେ କନିସି ତହସିଲ ଅନ୍ତର୍ଗତ ଗୌଞ୍ଜୁ ପଂଚାୟତ ର ତରାଇ ଗଉଞ୍ଜୁ, ର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ 4ଟି ଘର ସମ୍ପୂର୍ଣ ଭାବେ ଜଳି ଯାଇଅଛି। ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗ ପହଁଚି ନିଆକୁ ଆୟତ୍ତ କରିଥିଲେ.ଆଜି ବାଣିଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଙ୍କ ରାଜସ୍ବ ପ୍ରତିନିଧି ଶ୍ରୀ ଗୌରୀ ଶଙ୍କର ସାମନ୍ତରା ଏବଂ ବ୍ଲକ ପ୍ରତିନିଧି ଶ୍ରୀ ବ୍ରଜ ମୋହନ ନାହାକ, ପଂଚାୟତ ପ୍ରମୁଖ ଲଡ଼ୁକିଶୋର ଦାସ, ସହ ପ୍ରମୁଖ ଶ୍ରୀ ଶରତ ସାବତ, କନିସି ତହସିଲଦାର କବିରାଜ ପ୍ରଧାନ, ଫୁଲଟା ରାଜସ୍ବ ନିରୀକ୍ଷକ ଓ ସ୍ଥାନୀୟ ସରପଞ୍ଚ ଅଗ୍ନି ବିପର୍ଣ୍ଣ ପରିବାର ଙ୍କୁ ଭେଟି ସମବେଦନା ଜଣେଇଥିଲେ. ବିପର୍ଣ୍ଣ ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ଙ୍କୁ ମନ୍ତ୍ରୀଙ୍କ ପ୍ରତିନିଧି ଦ୍ବୟ କହିଥିଲେ।
ରଙ୍ଗେଇଲୁଣ୍ଡା ବ୍ଳକ୍ ପ୍ରତିନିଧି ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡିଶା ଦର୍ପଣ

Read more

Local News