ରଙ୍ଗେଇଲୁଣ୍ଡା(୨୭/୧୦)ପୋଖରିରୁ ଗାଧୋଇ କି ଫେରିବା ସମୟରେ ଦାସପୁରୁ ଗ୍ରାମର ୮୦ ବର୍ଷୀୟ ବୃଦ୍ଧା ଲବ ବେହେରାଙ୍କ ସର୍ପାଘାତରେ ମୃତ ଘଟିଛି। ଗତକାଲି ସନ୍ଧ୍ୟା ୭ ଟା ସମୟରେ ଦାସପୁର କୁଆଁରୀ ବନ୍ଦରୁ ଗାଧୋଇକି ଘରକୁ ଫେରିବା ସମୟରେ ପୋଖରି ଠାରୁ ଅଳ୍ପ ଦୂରରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଚିତ୍କାର କରି ରାସ୍ତା ଉପରେ ଅଚେତ୍ ହୋଇ ପଡି ଯାଇଥିଲେ। ଚିତ୍କାର ଶୁଣି ଗ୍ରାମ ବାସୀ ଙ୍କ ସହଯୋଗ ରେ ଘର ଲୋକ ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମ୍. କେ.ସି.ଜି ରେ ଭର୍ତ୍ତି କରାଇଥିଲେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କଲେ। ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଶେଷ କୃତ୍ୟ ନିମନ୍ତେ ପରିବାର ହସ୍ତାନ୍ତର କରିଛନ୍ତି। ସେହିପରି ମୃତକଙ୍କ ଘରେ ସ୍ଥାନୀୟ କନିଷି ତହସିଲ୍ ଦାର କବିରାଜ ପ୍ରଧାନ ପହଞ୍ଚି ମୃତକ ପରିବାରଙ୍କୁ ସମବେଦନା ଜଣାଇବା ସହ ନିଜସ୍ୱ ଦରମାରୁ ୫୦୦୦ ଟଙ୍କା ଏବଂ କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର ହରିଶ୍ଚନ୍ଦ୍ର ଯୋଜନା ରୁ ୩୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ଯରେ ସମିତି ସଭ୍ୟା ପ୍ରତିନିଧି କାଳିଆ ବେହେରା ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ଆବଶ୍ୟକୀୟ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ରଙ୍ଗେଇଲୁଣ୍ଡା ବ୍ଳକ୍ ପ୍ରତିନିଧି ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟି ଓଡ଼ିଶା ଦର୍ପଣ
Share
Read more