Monday, July 13, 2026
35.9 C
Brahmapur

ମାଁ ତାରାତାରିଣୀ ପୀଠରେ ନବରାତ୍ର ପୂଜା ସହ କାଚରା ଘରର ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

Share

ପ୍ରତି ବର୍ଷ ପୁରୁଣା ପରମ୍ପରା ହିସାବରେ ମାଁ ତାରାତାରିଣୀ ପୀଠରେ ପର୍ବ ପର୍ବାଣୀ ସହ କାଚ ପିନ୍ଧା କାର୍ଯ୍ୟକ୍ରମ ପାଳନ ହୋଇ ଆସୁଛି। ଯଥାର୍ଥରେ ଯାହାକି ମାଁ ବିଶୁ ପ୍ରହରାଜ ଘରେ ରହି ଆସୁଥିଲେ ଯେଉଁ ଦିନଠାରୁ ମାଁ ବିଶୁ ପ୍ରହରାଜଙ୍କ ଘରୁ ଅନ୍ତର୍ଧ୍ୟାନ ହୋଇ ଥିଲେ। ମାଁ କାଚ ପିନ୍ଧିବା ଲାଗି ପୁରୁଷୋତ୍ତମପୁର ନିକଟସ୍ଥ ମୁକୁନ୍ଦପୁର ତେଲେଙ୍ଗା ଦୋରା କାଚରା ଘରକୁ ଯାଇ କାଚ ପିନ୍ଧିଥିଲେ ।କାଚରା ଘର ଯେତେବେଳେ କାଚ ବାବଦକୁ ପଇସା ମାଗିଲେ ମାଁ କହିଥିଲେ ବିଶୁ ପ୍ରହରାଜ ମୋ ବାପା ତାଙ୍କୁ ପଇସା ମାଗି ନେବା। ଏହାପରେ କଚରା ଘର ବିଶୁଙ୍କ ନିକଟରେ ପହଞ୍ଚି ତାଙ୍କୁ ପଇସା ମାଗିଥିଲେ ଯାହା ଫଳରେ ବିଶୁ ପ୍ରହରାଜ ଜାଣିବାକୁ ପାଇଲେ କି ମାଁ ପାଖା ପାଖି କେଉଁଠି ଅଛନ୍ତି । ଏହାପରେ ତାଙ୍କୁ ସ୍ବପ୍ନ ହେଲା କି ବର୍ତ୍ତମାନ୍ ତାରାତାରିଣୀ ପୀଠ ଯେଉଁଠି ଅଛି ସେହି ପାହାଡ଼ରେ ମାଁ ଅଛନ୍ତି। ସେବେ ଠାରୁ କାଚରା ମାନଙ୍କ ଦ୍ଵାରା କାଚ ପିନ୍ଧା ନୀତି ପାଳନ ହୋଇ ଆସୁଛି। ତେବେ ଆସନ୍ତା ୩ ତାରିଖ ଠାରୁ ମାଁ ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି ଏବଂ ଏହି ଅବସରରେ ମାଁ ଙ୍କୁ କାଚ ପିନ୍ଧିବା ଲାଗି କାଚରା ଦୋରା ପରିବାର ଆସି କାଚ ପିନ୍ଧାଇଥିଲେ। ତେବେ ଏହି ପରମ୍ପରା ପୁରାତନ ଚାଲି ଆସୁଥିବା ବେଳେ ପ୍ରଶାସନର ଏଥି ପ୍ରତି କୌଣସି ଧ୍ୟାନ ନାହିଁ ଯାହା ଫଳରେ କାଚରା ଦୋରା ପରିବାରର କୌଣସି ମାନ ମର୍ଯ୍ୟାଦା ମାଁ ପୀଠରେ ରହିନି ଏଣୁ ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଲେ ସେମାନଙ୍କ ମାନ ମର୍ଯ୍ୟାଦା ରହିବ ବୋଲି କାଚାରା ପରିବାର ମତ ପ୍ରକାଶ କରିଥିଲେ।

Read more

Local News