ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଆରମ୍ଭ :ପ୍ରଥମେ ବ୍ୟାଟିଂ କରିବ ଭାରତ

Share

କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ିଚାଲିଛି ପ୍ରଶଂସକଙ୍କ ହୃଦସ୍ପନ୍ଦନ। ରାତି ୭ଟାରୁ ଖେଳାଯିବ ମ୍ୟାଚ। ବାରବାଟୀରେ ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ପଛରେ ବୋଲିଂ କରିବା ପାଇଁ ଭାରତ ପାଇଁ ଚ୍ୟାଲେଞ୍ଜ ହେବ। ପ୍ରଥମେ ବ୍ୟାଟିଂ କରିବ ଭାରତ। ଚୂଡାନ୍ତ ଏକାଦଶରେ ନାହାନ୍ତି ସାମସନ୍ । ଜିତେଶ୍ ଶର୍ମା ଖେଳିବେ। ବୁମ୍‌ରା, ଅର୍ଶଦୀପ, ବରୁଣ, ଅକ୍ଷର ବୋଲିଂ ସମ୍ଭାଳିବେ। ପାଣ୍ଡ୍ୟା ଏବଂ ଦୁବେ ଅଲରାଉଣ୍ଡର ଦାୟିତ୍ଵ ତୁଲାଇବେ। ଅଭିଷେକ ଶର୍ମା ଏବଂ ଶୁବମନ୍ ଗିଲ୍‌ ଓପନ୍ କରିବେ।

Read more

Local News