Monday, July 13, 2026
35.9 C
Brahmapur

ଆସନ୍ତା ୨୦ ତାରିଖରେ ବିହାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥନେବେ ନୀତୀଶ କୁମାର

Share

ବିହାର: ଆସନ୍ତା ୨୦ ତାରିଖରେ ବିହାରରେ ନୂଆ ସରକାର। ଗୁରୁବାର ୧୧ଟାରୁ ୧୨ଟା ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ। ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ।
ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ। ଶପଥ ଉତ୍ସବରେ ଭାଗ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ୟ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇ ପାରନ୍ତି।
ଜନତା ଦଳ ୟୁନାଇଟେଡ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ନଭେମ୍ବର ୨୦ ତାରିଖରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟାନ୍ୟ NDA ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାଟନାର ଗାନ୍ଧୀ ମଇଦାନରେ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିବେ।

Read more

Local News