ପୋଖରୀପୁଟରେ ଜିଲ୍ଲାସ୍ତରୀୟ ମହିଳା ହକି ମ୍ୟାଚ୍‌: ଯାଜପୁର ଚାମ୍ପିଅନ୍‌

Share

ଭୁବନେଶ୍ୱର,୨୬/୧୦:ପୋଖରୀପୁଟସ୍ଥିତ ହକି ଟ୍ରେନିଂ ସେଣ୍ଟର (ଏଚ୍.ଟି.ସି.) ପରିସରରେ ସୋମବାର ଏକ ଜିଲ୍ଲାସ୍ତରୀୟ ମହିଳା ହକି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭୁବନେଶ୍ୱର, ପୁରୀ, କଟକ ଓ ଯାଜପୁରରୁ ମହିଳା ହକି ଦଳଗୁଡ଼ିକ ଭାଗ ନେଇଥିଲେ।
ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ଗୁଡ଼ିକ ଶେଷରେ ଯାଜପୁର ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଭୁବନେଶ୍ୱର ଦଳ ଦ୍ୱିତୀୟ ଏବଂ ପୁରୀ ଦଳ ତୃତୀୟ ସ୍ଥାନ ହାସଲ କରିଛନ୍ତି।
‘ଓଡ଼ିଶା ନାଭାଲ ଟାଟା ହକି ଏଚ୍.ପି.ସି.’ (Odisha Naval Tata Hockey HPC) ର ପ୍ରୋଗ୍ରାମ୍ ମ୍ୟାନେଜର ବିଷ୍ଣୁ ନାୟାର ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ହକି କୋଚ୍, ପ୍ରଶିକ୍ଷକ ଏବଂ ଖେଳାଳିଙ୍କ ଅଭିଭାବକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଖେଳାଳିମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ପାରସ୍ପରିକ ସହଯୋଗ ଓ ଭାଇଚାରା ବୃଦ୍ଧି କରିବା ସହ ରାଜ୍ୟରେ ମହିଳା ହକିର ପ୍ରସାର ଓ ବିକାଶ ପାଇଁ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଏକ ଉତ୍ତମ ମଞ୍ଚ ସାବ୍ୟସ୍ତ ହୋଇଛି।

Read more

Local News