ଆଜି ବିଧାନସଭାର ଦ୍ୱିତୀୟ ଅଧିବେଶନ:। ଏଥିପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ

Share

ଭୁବନେଶ୍ୱର: ବିଧାନସଭାକୁ ଘେରି ରହିବେ ପୋଲିସ ଫୋର୍ସ। କଡ଼ା ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଏନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ନିଜେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ।
ଯେହେତୁ କାଲିଠୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କଡ଼ା ପୋଲିସ ଫୋର୍ସ ମୁତୟନ କରାଯିବ। ବିଧାନସଭା ବାହାରେ ଛାଉଣି ହୋଇ ରହିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ।
ବିଧାନସଭାରେ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। କେବଳ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ତାହା ନୁହେଁ। ବରଂ ୧୦୦ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଏହାସହ ସୁରକ୍ଷାରେ ରହିବେ ସ୍ପେଶାଲ ଟାକ୍ଟିକାଲ ଫୋର୍ସ।

Read more

Local News