Monday, July 13, 2026
35.9 C
Brahmapur

ଟ୍ରେକିଂ ସମୟରେ ଦୁର୍ଘଟଣା: ଘାଟିରେ ଖସି ଜଣେ ଆଇନ ଛାତ୍ରୀଙ୍କ ମୃତ୍ୟୁ

Share

ଭୁବନେଶ୍ୱର:ମହାରାଷ୍ଟ୍ରର ଲୋନାୱାଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଟ୍ରେକିଂ ସମୟରେ ୩୯୦ ଫୁଟ ଗଭୀର ଘାଟିରେ ଖସି ପଡ଼ି ନବୀ ମୁମ୍ବାଇର ଜଣେ ୧୯ ବର୍ଷୀୟ ଆଇନ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶ୍ରେୟା ପତି ବୋଲି ଚିହ୍ନଟ କରାଯାଇଛି।ସୂଚନା ଅନୁଯାୟୀ, ଜାନୁଆରୀ ୩୧ ତାରିଖରେ ଶ୍ରେୟା ମୁମ୍ବାଇରୁ ଲୋନାୱାଲା ଟ୍ରେକିଂ ପାଇଁ ଆସିଥିଲେ। ଲୋନାୱାଲାର ଟାଇଗର ପଏଣ୍ଟ ଭ୍ୟାଲିର ଡ୍ୟୁକ୍ସ ନୋଜ୍ ଅଞ୍ଚଳରେ ଟ୍ରେକିଂ କରୁଥିବା ସମୟରେ ସେ ଅକସ୍ମାତ୍ ୩୯୦ ଫୁଟ ଗଭୀର ଘାଟିରେ ଖସି ପଡ଼ିଥିଲେ।ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ରାତିରେ ଲୋନାୱାଲା ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଲୋନାୱାଲା ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା।

Read more

Local News