ଚିକିଟି:- ସେବା, ସ୍ୱଚ୍ଛତା ଓ ସ୍ୱାୟତ୍ତ ବିକାଶର ସଙ୍କଳ୍ପ ସହ ଚିକିଟି ଏନ୍ଏସି ପକ୍ଷରୁ ଜାତୀୟ ସ୍ୱାୟତ୍ତ ଶାସନ ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଛି। ପ୍ରାତଃ ସାଢ଼େ ୭ଟାରେ ସ୍ୱାଧୀନତା ସଂଗ୍ରାମୀ ଦିବାକର ପଟ୍ଟନାୟକ ଓ ସ୍ୱଦେଶପ୍ରେମୀ ଗୌରଚନ୍ଦ୍ର ଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପତାକା ଉତ୍ତୋଳନ କରାଯାଇ ଦେଶପ୍ରେମର ସ୍ମୃତିକୁ ଉଜ୍ଜୀବିତ କରାଯାଇଥିଲା। ଏଥିସହ ଆଶ୍ରୟଗୃହର ଅନ୍ତେବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯାଇ ‘ସେବା ହିଁ ପରମ ଧର୍ମ’ର ବାର୍ତ୍ତା ଦିଆଯାଇଥିଲା।
ରାଜକବି ରାଧାମୋହନ ବିଦ୍ୟାପୀଠ ସାଂସ୍କୃତିକ ଭବନରେ ଏନ୍ଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ପୌରୋହିତ୍ୟ ଓ ନିର୍ବାହୀ ଅଧିକାରୀ ଦଶମ ଶ୍ରେଣୀ ବ୍ଲକ୍ ଟପର୍ ଓ ଜିଲ୍ଲା, ରାଜ୍ୟ ସ୍ତରରେ କୃତୀ ଖେଳାଳିଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ଏଥିସହ ଏନ୍ଏସି କର୍ମଚାରୀ, ସଫେଇ କର୍ମୀ, ସ୍ୱଚ୍ଛ ସାଥୀ, ଜଳ ସାଥୀ, ଏଫ୍ଏସ୍ଟିପି କର୍ମୀ, ଆହାର କେନ୍ଦ୍ରର ସହାୟକ ଗୋଷ୍ଠୀ, ସାମ୍ବାଦିକ ଓ କାଉନ୍ସିଲରଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ମାନ ଜଣାଯାଇଥିଲା।
ମଞ୍ଚରେ ତହସିଲଦାର ବିଶ୍ୱରଞ୍ଜନ କହଁର, ଅତିରିକ୍ତ ତହସିଲଦାର ଅଲିଭା ବେହେରା, ବିଡିଓ ବିବେକାନନ୍ଦ ମିଶ୍ର, ଉପନିବନ୍ଧକ ଅଧିକାରୀ ମନୋରଞ୍ଜନ ନାୟକ, ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସମେତ ସମସ୍ତ କାଉନ୍ସିଲର ଉପସ୍ଥିତ ରହି ଜନସେବା ଓ ସ୍ୱାୟତ୍ତ ଶାସନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଚିକିଟିର ଗୌରବ ବଢ଼ାଇଥିବା ପ୍ରତିଭା, କର୍ମଚାରୀଙ୍କ ସହଯୋଗରେ ଉତ୍ସବ ସଫଳ ହୋଇଥିଲା।
ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ନୂତନ ‘ସ୍ୱଚ୍ଛତା ବାହନ’ଗୁଡ଼ିକୁ ଏନ୍ଏସି ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିକ୍ଷକ ରଞ୍ଜନ ବ୍ରହ୍ମ ମଞ୍ଚ ସଞ୍ଚାଳନ କରିଥିବାବେଳେ ଏନ୍ଏସିର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଉତ୍ସବ ସଫଳ ହୋଇଥିଲା। ଓଡ଼ିଶା ଦର୍ପଣରୁ
ଜଗନ୍ନାଥ ନାୟକଙ୍କ ରିପୋର୍ଟ
Share
Read more