ସରକାରୀ ପୌର ବିଦ୍ୟାଳୟର ପୁରାତନ ଛାତ୍ର ବନ୍ଧୁ ମିଳନ ଓ “ସୁବର୍ଣ୍ଣ ଜୟନ୍ତୀ “ଉତ୍ସବ

Share

ବ୍ରହ୍ମପୁର:-ରବିବାର ଦିନ 1976-ମାଟ୍ରିକ ବ୍ୟାଚ ବନ୍ଧୁମାନଙ୍କ 50 ବର୍ଷ ପୂର୍ତି ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଥମେ ସକାଳ 7.30 ମିନଟରେ ନିଜର ସରକାରୀ ପୌର ବିଦ୍ୟାଳୟ ସ୍କୁଲ ପୁରୁଣା ବ୍ରହ୍ମପୁର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବୃକ୍ଷ ମଣିଷ ଶ୍ରୀଯୁକ୍ତ ସୁବାଷ ମହାରଣାଙ୍କ ସହଯୋଗୀତାରେ ସମ୍ପୁର୍ଣ ହୋଇଥିଲା ।
ଉତ୍କଳ ଆଶ୍ରମ ରୋଡ ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ମୁନିସିପାଲ ଉଚ୍ଚ ବିଦ୍ୟାଳୟ, ପୁରୁଣା ବ୍ରହ୍ମପୁରର ୧୯୭୬ ମାଟ୍ରିକ୍ ଛାତ୍ରବନ୍ଧୁ ମାନଙ୍କ ବନ୍ଧୁତ୍ବର “ସୁବର୍ଣ୍ଣ ଜୟନ୍ତୀ” ଉତ୍ସବ ଶ୍ରୀ ରାମ ଚନ୍ଦ୍ର ସାସମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।
ଗୋପାଳ କୃଷ୍ଣ ପାଢ଼ୀ ସ୍ୱାଗତ ଭାଷଣ ଦେଇ ଆଜିର ଉତ୍ସବର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ ।
ଉକ୍ତ ଉତ୍ସବରେ ଆନୁଷ୍ଠାନିକ ସଭା ଶ୍ରୀ ରାମ ଚନ୍ଦ୍ର ସାସମଲଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଦିବଂଗତ ଶିକ୍ଷକ ଏବଂ ଛାତ୍ର ବନ୍ଧୁ ମାନଙ୍କ ଅମର ଆତ୍ମାର ସଦ୍ଗତୀ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ଉକ୍ତ ଉତ୍ସବରେ ସ୍ବାଗତ ସଙ୍ଗୀତ ଏବଂ ଜଗନ୍ନାଥ ଭଜନ ଗାନ କରିବା ସହ ନୁପୁର ନୃତ୍ୟ ଅନୁଷ୍ଠାନର ଶିଶୁ କଳାକାର ମାନେ ଓଡ଼ିଶୀ ଦଶ ଅବତାର ନୃତ୍ୟ ଏବଂ ବୈଦେହୀ ସାଂସ୍କୃତିକ ଅନୁଷ୍ଠାନର ଶିଶୁ କଳାକାରମାନେ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ
ଉପସ୍ଥିତ ପ୍ରାକ୍ତନ ଶିକ୍ଷକ ସର୍ବଶ୍ରୀ କିଶୋର ଚନ୍ଦ୍ର ପାଢ଼ୀ, ସୁରେନ୍ଦ୍ର ନାଥ ସାବତ, ଦେବେନ୍ଦ୍ର ସାହୁ, ହରପ୍ରସାଦ ମହାପାତ୍ର ଏବଂ ରଘୁନାଥ ଆଚାର୍ଯ୍ୟଙ୍କୁ ବିଭିନ୍ନ ଗୁରୁ ସମ୍ମାନରେ ସମ୍ୱନ୍ଧିତ କରାଯାଇଥିଲା ।ତତ୍ ସଙ୍ଗେ ସଙ୍ଗେ ଦିବଂଗତ ପ୍ରଧାନ ଶିକ୍ଷକ ରାମକୃଷ୍ଣ ପାଢ଼ୀଙ୍କୁ ମରଣଭୋର ବିଶିଷ୍ଟ ଶିକ୍ଷକ ସମ୍ମାନରେ ସମ୍ୱନ୍ଧିତ କରାଯାଇଥିଲା, ତାଙ୍କ ତରଫରୁ ତାଙ୍କ ସୁପୁତ୍ର ଧର୍ମେନ୍ଦ୍ର ପାଢ଼ୀ ଗ୍ରହଣ କରିଥିଲେ I ଫେବୃୟାରୀ 2026 ରେ ଅନୁଷ୍ଟିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ତିନି ଜଣ ଛାତ୍ର/ଛାତ୍ରୀଙ୍କୁ ମଧ୍ଯ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଛାତ୍ର ବନ୍ଧୁମାନେ ସ୍କୁଲରେ ପଢୁଥିବା ସମୟରୁ ଆଜି ପର୍ଯ୍ୟନ୍ତ ନିଜ ନିଜର ଅଭିଜ୍ଞତା ବିଷୟରେ ମତବ୍ୟକ୍ତ କରିଥିଲେ । ଉପସ୍ଥିତ ମୁଖ୍ୟ ଅତିଥ୍ ଡାକ୍ତର ମହେଶ୍ବର ପଣ୍ଡା ଓ ପ୍ରଧାନ ଶିକ୍ଷୟତ୍ରୀ ସମ୍ମାନୀତ ଭାବେ ଯୋଗ ଦେଇ ପୁରାତନ ଛାତ୍ର ବନ୍ଧୁଙ୍କ ଏପରି ମହତ୍ ଉଦ୍ଦେଶ୍ୟର ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ ପୁରାତନ ଛାତ୍ର ବନ୍ଧୁଙ୍କ ବନ୍ଧୁତ୍ଵ ଏମିତି ଚିର ଦିନ ବଜାୟ ରଖିବାକୁ ଉଦ୍ୟମ ଜାରି ରଖ୍ ପରସ୍ପର ଦୁଃଖ ସୁଖରେ ଭାଗୀଦାର ହେବାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ।
ତାରିଣୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ଶେଷରେ ଉପସ୍ଥିତ ସମସ୍ତ ଛାତ୍ର ବନ୍ଧୁପତ୍ନୀ ମାନଙ୍କ ସହିତ ମିଶି ଭୋଜନ କରି ଖୁସୀ ଅନୁଭବ କରିଥିଲେ ।ଉକ୍ତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରେ ସର୍ବସ୍ରୀ ଲକ୍ଷ୍ମୀ ଚରଣ ମହାପାତ୍ର,ବିଶ୍ଵନାଥ ପଣ୍ଡା,ସିମାଞ୍ଚଳ ବେହେରା,ଅଶୋକ କୁମାର ପାଢ଼ୀ, ରଜନୀ କାନ୍ତ ପରିଡ଼ା,ସତ୍ୟବାଦୀ ନାୟକ ଙ୍କ ସମେତ ସମସ୍ତ ଚ୍ଛାତ୍ରବନ୍ଧୁ ସହଯୋଗ କରିଥିଲେ।

Read more

Local News