ବ୍ରହ୍ମପୁର ୩୧/୦୮:-ମାତୃ ସ୍ମୃତି ସାହିତ୍ୟ ସଂସଦର ୩୯ତମ ସାହିତ୍ୟ ଆସର ଟି ବିଶିଷ୍ଟ କଵି ପ୍ରମୋଦ କୁମାର ପଣ୍ଡାଙ୍କ କରକମଳ ରେ ଉତ୍କଳ ଆଶ୍ରମ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ସଭାପତି ଗୁରୁଜୀ କୋରା ପ୍ରସାଦ ରଥ ଅଧ୍ୟକ୍ଷତା କରିଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ କୁମାର ଶତପଥୀ ବିବରଣୀ ପାଠ କରିଥିଲେ ।ମୁଖ୍ୟ ଅତିଥି ରୂପେ ଲେଖିକା ସ୍ଵର୍ଣ ପ୍ରଭା ପାଢ଼ୀ ଯୋଗ ଦେଇଥିଲେ ।ସଂଯୋଜିକା ପଦ୍ମିନୀ ମିଶ୍ର ଓସଂଯୋଜକ ଲାଲ ବାହାଦୁର ପଟନାୟକ ପରିଚାଳନା କରିଥିଲେ । ଏହି ସାହିତ୍ୟ ସଭା ରେ ମୋଟ ୪୩ ଜଣ କଵି ଓ କବିୟତ୍ରୀ ଯୋଗ ଦାନ କରି ସ୍ଵରଚିତ କବିତା, ଗଳ୍ପ ଓ ରମ୍ୟ ରଚନା କୁ ଆବୃତ୍ତି କରି ସଭା ଟିକୁ ସାଫଲ୍ୟ ମଣ୍ଡିତ କରି ଥିଲେ ।ଏହି ଅବସର ରେ ସ୍ୱୟଂ ସିଦ୍ଧା ସ୍ଵର୍ଣ ପ୍ରଭା ପାଢ଼ୀଙ୍କ ମାନସ ସନ୍ତାନ, ସ୍ୱରଚିତ ପୁସ୍ତକ “ନଇଁ “ବହି ଟିକୁ ବିଶିଷ୍ଟ ପ୍ରାଧ୍ୟାପକ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହରିତଶ) ଙ୍କ ଦ୍ୱାରା ଊନ୍ମୋଚନ କରାଯାଇ ସମସ୍ତ କଵି ଓ କବୟତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।