Monday, July 13, 2026
35.9 C
Brahmapur

ତାମିଲନାଡୁ ଦଳାଚକଟା: ବିଜୟଙ୍କ ନାଁରେ ଏତଲା ଦେଲା କରୁର ସିଟି ପୁଲିସ

Share

ତାମିଲନାଡୁ ଦଳାଚକଟା ଘଟଣାରେ ଟିଭିକେ ପାର୍ଟି ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କରୁର ପୁଲିସ। ଦଳାଚକଟା ପାଇଁ ପୁଲିସ ବିଜୟଙ୍କୁ ଦାୟୀ କରିଛି। ବିଜୟଙ୍କ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୁଲିସ ଅଭିଯୋଗ କରିଛି। ଏ ନେଇ କରୁର ସିଟି ପୁଲିସ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି।
ପୁଲିସ ସୂଚନା ଅନୁସାରେ, ନିର୍ବାଚନୀ ରାଲି ପାଇଁ ପୂର୍ବାହ୍ନ ୧୧ଟା ସୁଦ୍ଧା ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ବିଜୟ ରାଲିରେ ପହଞ୍ଚି ଉଦବୋଧନ ଦେବାର ଥିଲା। କିନ୍ତୁ ସେ ୫ ଘଣ୍ଟା ବିଳମ୍ବ କରି ଅର୍ଥାତ ସନ୍ଧ୍ୟା ୭ଟାରେ ଆସି ପହଞ୍ଚିଥିଲେ। ଲୋକମାନେ ପୂର୍ବାହ୍ନରୁ ତାଙ୍କୁ ଅପେକ୍ଷା କରି ରହିଥିଲେ। ଅନ୍ୟପଟେ ୧୦ ହଜାର ଲୋକଙ୍କ ସମାଗମ ହେବ ବୋଲି କୁହାଯାଇଥିଲେ ହେଁ ୨୭ ହଜାର ଲୋକ ଏକଜୁଟ ହୋଇଥିଲେ। ବିଜୟ ଯେହେତୁ ଦଳର ମୁଖ୍ୟ, ତେଣୁ ତାଙ୍କର ଏସବୁ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୁଲିସ କହିଛି।

Read more

Local News