Saturday, April 19, 2025
32.5 C
Brahmapur

ମିଆଁମାର ଭୂକମ୍ପ ମୃତୁ୍ୟସଂଖ୍ୟା ୨୦୦୦ ଟପିଲା

Share

ନୁଆଦିଲ୍ଲୀ:ମିଆଁମାରରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ସୋମବାର ଜୁଣ୍ଟା ସରକାର ନୂତନ ସଂଖ୍ୟା ପ୍ରକାଶ କରିଛନ୍ତି। ଏହି ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏଥିରେ ୩୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ସରକାରଙ୍କ ପକ୍ଷରୁ ଆଜି ପ୍ରକାଶ କରାଯାଇଛି ।ଏହି ସମୟରେ, ମିଆଁମାର ଦେଶରେ ହୋଇଥିବା ଭୟଙ୍କର ଭୂକମ୍ପ ପାଇଁ ଏକ ସପ୍ତାହ ଜାତୀୟ ଶୋକ ଘୋଷଣା କରିଛନ୍ତି ସରକାର, ମୃତ୍ୟୁ ସଂଖ୍ୟା ୨୦୫୬ରେ ପହଞ୍ଚିଛି ଏବଂ ଧ୍ୱଂସପ୍ରାପ୍ତ କୋଠାର ଭଗ୍ନାବଶେଷରେ ଅଧିକ ବଞ୍ଚିଥିବା ଲୋକଙ୍କୁ ପାଇବାର ଆଶା ମଳିନ ହୋଇପଡ଼ିଛି। ଶୁକ୍ରବାର ହୋଇଥିବା ୭.୭ ତୀବ୍ରତାର ଭୂକମ୍ପରେ ଜୀବନହାନି ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କରି ଶାସକ ଦଳ ଏକ ବିବୃତ୍ତିରେ କହିଛି ଯେ,ଏପ୍ରିଲ ୬ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।

Read more

Local News