Saturday, April 19, 2025
32.5 C
Brahmapur

ୟୁକ୍ରେନର ସୁମିରେ ଋଷର ଭୟଙ୍କର ଆକ୍ରମଣ:୨୧ ମୃତ

Share

ନୁଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି । ଋଷ ୟୁକ୍ରେନର ସୁମିରେ ଏକ ବିପଜ୍ଜନକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି, ଯାହା ସୁମିରେ ବ୍ୟାପକ ଧ୍ୱଂସ ଘଟାଇଛି । ଏହି ଆକ୍ରମଣରେ ଅତି କମରେ 21 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଋଷର କ୍ଷେପଣାସ୍ତ୍ରଗୁଡ଼ିକ ସହରର ରାସ୍ତା, ସାଧାରଣ ଜୀବନ – ଆବାସିକ କୋଠା, ଶିକ୍ଷାନୁଷ୍ଠାନ, ରାସ୍ତାରେ ଥିବା କାରଗୁଡ଼ିକୁ ଟାର୍ଗେଟ କରିଛି । ରବିବାର ଦିନ ଲୋକମାନେ ଚର୍ଚ୍ଚକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।

Read more

Local News