ଭୁବନେଶ୍ୱର: ଆଉ 3 ଦିନ ପରେ ଆୟୋଜିତ ହେବ ପୁରୀ ସାହିତ୍ୟ ଉତ୍ସବ । ଓଡ଼ିଆ ଭାଷା, ଐତିହ, ସଂସ୍କୃତିକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଥମ ଥର ପାଇଁ ଏକ ନିଆରା ପ୍ରୟାସ କରିବାକୁ ଯାଉଛି ଅଧ୍ୟୟନ ଫାଉଣ୍ଡେସନ ଫର୍ ପଲିସି ଆଣ୍ଡ ରିସର୍ଚ୍ଚ ( AFPR ) ।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାର, ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟ (NBT) ର ମିଳିତ ଆନୁକୁଲ୍ୟରେ , ୨୦୨୫ ଏପ୍ରିଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ତାଜ ହୋଟେଲ ଠାରେ ପୁରୀ ସାହିତ୍ୟ ଉତ୍ସବ ଉଦ୍ଘାଟନୀ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି ।
ସଂଳାପ, ପ୍ରଦର୍ଶନ ଏବଂ ବିତର୍କ ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନକୁ ଏହାର ସମସାମୟିକ ମହତ୍ୱକାଂକ୍ଷା ସହିତ ଯୋଡ଼ିବା ହେଉଛି ଏହି ଐତିହାସିକ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅଧ୍ୟୟନ ଫାଉଣ୍ଡେସନ ଫର୍ ପଲିସି ଆଣ୍ଡ ରିସର୍ଚ୍ଚ ( AFPR) ସଂସ୍ଥା।

Share
Read more