ଭୁବନେଶ୍ୱର:ରିଲ୍ସ ନିଶା ଯୁବତୀଙ୍କୁ କଲା ବାଇଆ। ନଦୀ ପାଣିର ପ୍ରଥର ସ୍ରୋତରେ ଛିଡ଼ା ହୋଇ କରୁଥିଲେ ରିଲ୍ସ। ଆଉ ଉପରେ ଛିଡ଼ା ହୋଇ ଝିଅର ରିଲ୍ସ ଦେଖୁଥିଲେ ମା’। ହେଲେ ମାଆର ଆଖି ଆଗରେ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଗଲା ଝିଅ।
ଆଉ ପାଣିରେ ଭାସିଯିବା ସମୟରେ ଝିଅଟି ମାଆକୁ ବିକଳ ହୋଇ ଡାକ ଛାଡୁଥିଲା। ମା’ ବଞ୍ଚାଅ ମା’ ବଞ୍ଚାଅ। ହେଲେ ଅସହାୟ ମାଆ କିଛି ବି କରିପାରିଲାନି। ଆଉ ଗଙ୍ଗା ନଦୀର ପ୍ରଖର ସୁଅରେ ଭାସି ନିଖୋଜ ହୋଇଗଲା ଛିଅ।
ରିଲ୍ସ ନିଶା: ଆପଣମାନେ ଅନେକ ସମୟରେ ଏମିତି ଅନେକ ଘଟଣା ଦୁର୍ଘଟଣା ସମ୍ପର୍କରେ ଅବଗତ ଥିବେ। ଯାହାକି ରିଲ୍ସ କରୁଥିବା ସମୟରେ ଘଟିଥିବ। ଦେଖିବାକୁ ଗଲେ ବର୍ତ୍ତମାନ ରିଲ୍ସ ନିଶା ଏମିତି ବାଇଆ କରିଛି ଯେ, ଛୁଆ ଠାରୁ ବୁଢ଼ା ସମୟେ ରିଲ୍ସ କରିବା ପାଇଁ ସମୟ, କାଳ ସବୁ ଭୁଲି ଯାଉଛନ୍ତି।

Share
Read more