ଭୁବନେଶ୍ୱର:ପଦ୍ମଶ୍ରୀ ପୁରସ୍କାରକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି। ହାଇକୋର୍ଟ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ମାମଲାର ଆବେଦନକାରୀଙ୍କୁ ଉଚ୍ଚ ନ୍ୟାୟାଳୟ ତାଗିଦ କରି ମାମଲାକୁ ଖାରଜ କରିଦେବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଆବେଦନକାରୀ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଜରିମାନା ଗଣିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି। ମାମଲାର ଶୁଣାଣି ସମୟରେ ଆବେଦନକାରୀ ନିଜ ଆବେଦନ ଅନୁସାରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିପାରି ନ ଥିଲେ।
Share
Read more