Thursday, January 23, 2025
18.2 C
Brahmapur

ଆଜି ପବିତ୍ର ରୁକୁଣା ରଥଯାତ୍ରା…

Share

ଆଜି ଶ୍ରୀ ଲିଙ୍ଗରାଜ ମହାପ୍ରଭୁନଙ୍କ ରୁକୁଣା ରଥଯାତ୍ରା । ଏନେଇ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ, ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି । ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି ଏବଂ ରଥରୋଡ଼ରେ କୌଣସି ଗାଡ଼ିକୁ ଛଡା ନ ଯାଇ ମାଉସୀ ମା’ ଛକରୁ ଗାଡ଼ିକୁ ଡାଇଭର୍ଟ କରାଯିବ । ରଥଯାତ୍ରାରେ ସହଯୋଗ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ମନ୍ଦିର ସିଂହଦ୍ୱାରାକୁ ଫୁଲରେ ସଜା ଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି । ମଙ୍ଗଳବାର ଦୈନିକ ନୀତି ସମାପନ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣାଯିବ ବୋଲି ସ୍ଥିର କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ପୋଲିସ ଫୋର୍ସ ନିୟୋଜନ କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ୧୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ୨ଜଣ ଅତିରିକ୍ତ ଡିସିପିଙ୍କ ଉପରେ ଏହି ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ଲିଙ୍ଗରାଜ ମନ୍ଦିର ନିକଟରେ ସୋମବାର କମିଶନରେଟ୍‌ ପୋଲିସ ପକ୍ଷରୁ ଆୟୋଜିତ ସମନ୍ବୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ସେହିପରି ୬ଜଣ ଏସିପି, ୧୫ଜଣ ଇନ୍ସପେକ୍ଟର, ୫୦ଜଣ ଏସ୍‌ଆଇ, ୭ଜଣ ଏଏସ୍‌ଆଇ, ୨୨ଜଣ ଏପିଆର କନେଷ୍ଟବଳ, ୨ଜଣ ଟ୍ରାଫିକ୍‌ ହାବିଲଦାର, ୫୧ ଜଣ ଟ୍ରାଫିକ୍‌ କନେଷ୍ଟବଳ, ୫ଜଣ ଓଆର୍‌ ହାବିଲଦାର, ୬ଜଣ ଓଆର୍‌ କନ୍‌ଷ୍ଟେବଳ, ୩୧ ଜଣ ମହିଳା ଓଆର୍‌ କନ୍‌ଷ୍ଟେବଳ ଓ ୭୭ ଜଣ ହୋମଗାର୍ଡ ମଧ୍ୟ ନିଯୋଜିତ କରାଯାଇଛି । ଏହି ବୈଠକରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ୪ ଅତିରିକ୍ତ ଡିସିପି, ଜୋନ୍‌ ୨,୩ ଓ ୪ ଏସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ଲିଙ୍ଗରାଜ ମନ୍ଦିର ପୂଜକ, କର୍ମକର୍ତ୍ତା ଏବଂ ସେବାୟତ ନିଯୋଗର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

Read more

Local News