Monday, April 21, 2025
35.9 C
Brahmapur

ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ “ବିକଶିତ ଓଡିଶା ୨୦୩୬ ପରିକଳ୍ପନା” ବିଷୟ ବସ୍ତୁ ଉପରେ ଏକ ଜାତୀୟ ସମ୍ମିଳନୀ

Share

ଭୁବନେଶ୍ୱର :ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ “ବିକଶିତ ଓଡିଶା ୨୦୩୬ ପରିକଳ୍ପନା” ବିଷୟ ବସ୍ତୁ ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଇସିସି ଅଧ୍ୟକ୍ଷ ରାଜୀବ ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ ବିକଶିତ ଓଡିଶା ଗଠନ ପାଇଁ ଆଇସିସି ବଦ୍ଧ ପରିକର। ଓଡିଶା ସରକାରଙ୍କ ସହାୟତାରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଓ ୨୦୪୭ ସୁଦ୍ଧା ଓଡିଶାର ଅର୍ଥନୀତିକୁ ୧.୫ ଟ୍ରିଲିୟନରେ ପହଞ୍ଚାଇବାରେ ଆଇସିସି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ସହ ଭାରତର ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ସାହୁ କହିଥିଲେ।
ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଲେ ୨୦୩୬ ସୁଦ୍ଧା ଓଡିଶାର ସର୍ବାଙ୍ଗ ବିକାଶ ହେବ, ଏଥିରେ ଦ୍ବିମତ ନାହିଁ। ଇନଫ୍ରାଷ୍ଟକର୍ଚର, ଶିଳ୍ପ, କୃଷି ପରି ସବୁ ଦିଗରେ ସଫଳତା ପାଇବାକୁ ଯେଉଁ ପକ୍ରିୟା ଅଛି ତାହା ଆମେ ଆରମ୍ଭ କରିସାରିଛୁ। ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟଠୁ ଆରମ୍ଭ କରି ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷାରେ କିପରି ଉତ୍କର୍ଷତା ଆସିବ ତାହା ଉପରେ ଆମେ ଯୋଜନା ପ୍ରସ୍ତୁତ କରୁଛୁ। ଆମ ପାଖରେ ଲକ୍ଷ୍ୟ ସ୍ଥିର ଅଛି। ୨୦୩୬ ସୁଦ୍ଧା ପଏଣ୍ଟ ୫ ଟ୍ରିଲିୟନ ୟୁଏସଡି ଅର୍ଥନୀତି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ବିକାଶ ପାଇଁ ୨୦୨୯ ମସିହା ଏକ ପ୍ରମୁଖ ଭୂମିକା ନେବ। ଯେଉଁ ମୂଳଦୁଆ ଆବଶ୍ୟକ ସେ କ୍ଷେତ୍ରରେ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ। ସର୍ବୋପରି ଗୋଟିଏ ମଞ୍ଚରେ ବ୍ୟାଙ୍କିଙ୍ଗ୍ ସେବାର ସମସ୍ତ ଅଧିକାରୀଙ୍କୁ ଏକତ୍ରିତ କରି ଓଡିଶା ବିକାଶର ଯେଉଁ ଭିତ୍ତିଭୂମି ସ୍ଥାପନ କରିଛନ୍ତି ଆଇସିସିକୁ ଧନ୍ୟବାଦ ଦେଉଛି। ଭୁବନେଶ୍ବର ସହ ଓଡିଶାର ପ୍ରମୁଖ ୧୧ଟି ସହରରେ ରିଙ୍ଗ୍ ରୋଡ୍ ସ୍ଥାପନ କରି ବିକାଶକୁ ଦୃତତମ କରିବାକୁ ଆମର ପ୍ରଚେଷ୍ଟା ଜାରି ରହିଛି।

Read more

Local News