ରଙ୍ଗେଈଲୁଣ୍ଡା(ସଞ୍ଜୟ ଦାଶ )ବ୍ଲକ ଅନ୍ତର୍ଗତ ରଣ୍ଢା ପଞ୍ଚାୟତର ରଣ୍ଢା ଗ୍ରାମରେ ଅବସ୍ଥିତ ସରସ୍ବତୀ ଶିଶୁମନ୍ଦିର ସମ୍ମିଲନୀ କକ୍ଷରେ 2025-2026ଶିକ୍ଷା ବର୍ଷ ଆରମ୍ଭରେ ଶିଶୁ ବାଟିକା ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପୂର୍ବ ସମ୍ଭାଗ ମୁଖ୍ୟ ଗୀତାରାଣୀ ମିଶ୍ର ଯୋଗଦେଇ ଶିଶୁମାନଙ୍କ ଭୌତିକ ବିକାଶରେ ଅତି ସୁନ୍ଦର ଭାବେ ଉପସ୍ଥିତ ଅଭିଭାବକ ମାନଙ୍କୁ ବୁଝାଇଥିଲେ l ଅନୁଷ୍ଠାନର ପ୍ରଧାନ ଆଚାଯ୍ୟ କୈଳାଶ ଚନ୍ଦ୍ର ଦାସ ଶିଶୁ ମାନଙ୍କ ଉତ୍ତମ ଚରିତ୍ର ଗଠନ ଓ ଉଜ୍ଜଳ ଭବିଷ୍ୟତ ଗଠନ ଉପରେ ଆଲୋକପାତ କରିଥିଲେ l ଅନୁଷ୍ଠାନର ସଭାପତି ଗୋବିନ୍ଦ ଦାସ ଉପସ୍ଥିତ ଥିଲେ lଏହି କାଯ୍ୟକ୍ରମରେ ଶିଶୁ ବାଟିକାର ନିରୁପମା ଆଚାଯ୍ୟ,ଶସ୍ମିତା ମଣ୍ଡଳ,ରିତା ନାହାକ,ରିଙ୍କି ପାତ୍ର,ସାଗରୀକା ମଣ୍ଡଳ,ନର୍ମଦା ପଣ୍ଡା,ଜ୍ୟୋତି ଦଳାଇ ପ୍ରମୁଖ ସହଯୋଗ କରିଥିଲେ l
