ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଏବଂ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ଶ୍ରୀ ରାମ । ମହର୍ଷି ବାଲ୍ମିକୀ ଅବା ଗୋସ୍ୱାମୀ ତୁଳସୀ ଦାସ ଉଭୟ ଶ୍ରୀ ରାମଙ୍କ ଆଦର୍ଶ ଚରିତ୍ରକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଭଗବାନ ରାମଙ୍କୁ ପୂଜା କରିବା କେବଳ ମଣିଷର ସମସ୍ତ ଅସୁବିଧାକୁ ସମାପ୍ତ କରେ ନାହିଁ, ବରଂ ମଣିଷ ମନରେ ସକରାତ୍ମକତା ଆସିଥାଏ । ଶୁଭ ସମୟରେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଭକ୍ତ ଶୁଭ ଫଳ ପାଇଥାଏ । ରାଜଧାନୀରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଆଜି ଭୋର୍ରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ସକାଳ ସାଢ଼େ ୫ଟାରୁ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି ।