ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଜାରରେ ନୂଆ ୫୦୦ ଟଙ୍କିଆ ଏବଂ ୧୦ ଟଙ୍କିଆ ନୋଟର ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି । ଦୁଇଟିଯାକ ନୋଟରେ ବଡ଼ ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି ।ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଏ ନେଇ ମିଳିଥିବା ସୂଚନା ଅନୁସାରେ, ନୋଟରେ ହେବାକୁ ଥିବା ପରିବର୍ତ୍ତନରେ ଲୋକଙ୍କ ଉପରେ ବଡ଼ ପ୍ରଭାବ ପଡ଼ିବ ନାହିଁ । ନୋଟରେ ନୂଆ ଗଭର୍ନର ସଞ୍ଜୟ ମଲହୋତ୍ରାଙ୍କ ହସ୍ତଖତ ରହିବ । ମହାତ୍ମା ଗାନ୍ଧି ସିରିଜ୍ ନୋଟରେ କୌଣସି ପ୍ରକାର ବଡ଼ ପରିବର୍ତ୍ତନ କରାଯିବ ନାହିଁ ।ନୂଆ ନୋଟ୍ ସହିତ ପୁରୁଣା ନୋଟର ପ୍ରଚଳନ ବଜାରରେ ପୂର୍ବ ପ୍ରକାରେ ରହିବ । ଏଥିରେ କୌଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି