ଭୁବନେଶ୍ୱର: ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସମ୍ବୋଧନ । ଓଡ଼ିଶା ଗଠନରେ ମହତାବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।
ଭିତ୍ତିଭୂମି ନିର୍ମାଣ, ଜଳ ସେଚନ ଓ ଶିକ୍ଷା ପାଇଁ ତାଙ୍କର ବହୁତ ଅବଦାନ ଥିବା କହିଲେ ନୀତୀନ ଗଡକରୀ ।
କେତେଦିନ ବଞ୍ଚିବ ବଡ଼ କଥା ନୁହେଁ, କଣ କରିଛ ତାହା ବଡ଼ କଥା । ତାହା ମହତାବଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା ।ଶିକ୍ଷାଦ୍ୱାରା ହିଁ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ । କୃଷିର ବିକାଶ ହେଲେ ଦେଶର ବିକାଶ ହେବ । ଯେଉଁମାନେ ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର ଆସୁଛନ୍ତି ଆଉ ଆସିବେନି ।
ଏ ନେଇ ବାଜପେୟୀଙ୍କ ପ୍ରେରଣାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କରାଯାଇଥିଲା । ପ୍ରତି ଗାଁରେ ପକ୍କା ରାସ୍ତା ନିର୍ମାଣ ହୋଇଥିଲା ।
ନିଜ ବ୍ୟକ୍ତିଗତ କଥା ସମ୍ପର୍କରେ ଗଡ଼କରୀ କହିଲେ, ଘରଲୋକେ ମୋତେ ଇଞ୍ଜିନିୟର କରିବାକୁ ଚାହୁଁଥିଲେ କିନ୍ତୁ ଏମର୍ଜେନ୍ସିବେଳେ ଆନ୍ଦୋଳନରେ ବସି ମୁଁ ଲକ୍ଷ୍ୟଚ୍ୟୁତ ହେଲି ।
ଇଞ୍ଜିନିୟରିଂ ପାଢ଼ା ପାଇଁ ସେବେଳେ ଆବ୍ୟାକ ୫୦% ରଖିପାରିଲି ନାହିଁ । ଏହାପରେ ମୋ ଜୀବନର ଗତିପଥ ବଦଳିଗଲା ବୋଲି ଗଡ଼କରୀ କହିଛନ୍ତି

Share
Read more