Wednesday, January 7, 2026
26.2 C
Brahmapur

ମା ଦଣ୍ଡକାଳୀ ଗଞ୍ଜାମ ଢୋଲିଆ ମହାସଂଘର ଦ୍ଵିତୀୟ ବାର୍ଷିକ ଉତ୍ସବ

Share

ବ୍ରହ୍ମପୁର– ଆଧୁନିକତାର ଛାପରେ ଧୀରେ ଧୀରେ ଲୋପ ପାଇଯାଉଛି ଆମ ସଂସ୍କୃତି ଆଉ ପରମ୍ପରା । ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ କେତେକ ଅହରହ ଚେଷ୍ଟା କରୁଥିବା ବେଳେ କେଉଁଠି କେଉଁଠି ଉପଯୁକ୍ତ ଭିତ୍ତିଭୂମିର ଅଭାବ ତ ,ପୁଣି ଆଉ କୋଉଠି ସରକାରୀ ଉଦାସୀନତା ମୂଖ୍ୟ କାରଣ ଅଟେ।ଏପରି ଘଡିସନ୍ଧି ମୁହୂର୍ତ୍ତରେ ନିଜ ପରମ୍ପରାକୁ ବଞ୍ଚେଇବା ସହ ନୂଆଁ ଢୋଲିଆ ସୃଷ୍ଟି କରିବା ର ଉର୍ଦ୍ଧେଶ୍ୟ ନେଇ ଅଣ୍ଟା ଭିଡ଼ିଛି “ମା ଦଣ୍ଡକାଳୀ ଗଞ୍ଜାମ ଜିଲ୍ଲା ଢୋଲିଆ ମହାସଂଘ” ।ଜିଲ୍ଲାର ଶତାଧିକ ଢୋଲିଆ ମାନଙ୍କୁ ଏକତ୍ରୀତ କରି ରବିବାର ପାଳନ କରିଛନ୍ତି ସଂଘର ଦ୍ଵିତୀୟ ବାର୍ଷିକ ଉତ୍ସବ । ବ୍ରହ୍ମପୁର କବିସୂର୍ଯ୍ୟ ରଂଗମଞ୍ଚରେ ମହାସଂଘର ସଭାପତି ଲୋକନାଥ ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଢୋଲ ଶବ୍ଦରେ ପ୍ରେକ୍ଷାଳୟ ପ୍ରକମ୍ପିତ ହୋଇଥିବା ବେଳେ ଚଢେୟା-ଚଢ଼େୟାଣୀ ନୃତ୍ୟ,ଶିବ ପାର୍ବତୀ ନୃତ୍ୟ ,ଗାହଣୀ ଗଣ୍ଠି,ରଣପା ଆଦି ପାରମ୍ପରିକ ନୃତ୍ୟ ସହ ଓଡ଼ିଶୀ ପରି ଅନନ୍ୟ ନୃତ୍ୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଜେନା କାର୍ଯ୍ୟକ୍ରମ ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅନ୍ୟ ମାନ୍ଯଗଣ୍ଯ ଅତିଥିଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, , ବିଜେପି ରାଷ୍ଟ୍ରୀୟ ପରିଷଦ ଅଧ୍ୟକ୍ଷ ଶ୍ରୀ କାହ୍ନୁଚରଣ ପତି, ବିଜୟ ସ୍ୱାଇଁ, ସାମ୍ବାଦିକ ସୁଦୀପ ସାହୁ, ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକ, ଓଡିଶା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ବି. ରବିରାଓ, ଜିଲ୍ଲା ଦଣ୍ଡନାଚ ସଭାପତି ବ୍ରଜସୁନ୍ଦର ମଲ୍ଲିକ, ପ୍ରାକ୍ତନ୍ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ସମାଜସେବୀ ବାବୁ ଗୌଡ ଏବଂ ଢ଼ୋଲିଆ ମହାସଂଘର ସଭାପତି ଲୋକନାଥ ସାମନ୍ତରାୟ ପ୍ରମୂଖ ମଞ୍ଚାସୀନ ରହି ଅବକ୍ଷୟ ମୁଖୀ କେତେକ ଲୋକୋକଳା ଶୀର୍ଷକ ନେଇ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯାତ୍ରା ନିର୍ଦେଶକ ଟୁଟୁପାଢୀ ସଭାପତିତ୍ଵ କରିଥିବା ବେଳେ କାର୍ଯ୍ୟକ୍ରମରେ ମହାସଂଘର ଉପ-ସଭାପତି ତାରାପ୍ରସାଦ ଦାଶ, ସମ୍ପାଦକ ଶ୍ରୀ ଖଲିଦାସ, ସହ-ସମ୍ପାଦକ ରଞ୍ଜନ ଦାସ, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷକୁମାର ସାହୁଙ୍କ ଉପସ୍ଥିତି ରେ ଜିଲ୍ଲା ତଥା ରାଜ୍ୟ ରେ ବିଭିନ୍ନ୍ ସାଂସ୍କୃତିକ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥିବା କିଛି ଲୋକୋ କଳା ନୃତ୍ୟଗୁରୁ, କିଛି ନାଟ୍ୟଗୁରୁ ଏବଂ ପାରମ୍ପରିକ ନୃତ୍ୟଦି ରେ କିଛି କୃତିତ୍ଵଧାରୀ ପ୍ରତିଭାଙ୍କୁ ଉତ୍ତରୀୟ ସହ ମାନପତ୍ର ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ବିଶେଷତଃ ଢୋଲଗୁରୁ ସ୍ଵର୍ଗତ ବାଞ୍ଛାନିଧି ଘଡେଇ ଗୁରୁ ବିଶୁ ନାୟକ, ଗୁରୁ ଜଗନ୍ନାଥ ଦାସ, ଗୁରୁ ମିଟିକ ନାୟକ, ଗୁରୁ ଖଲି ଦାସ, ଗୁରୁ ସୀମାଞ୍ଚଳ ଜେନା, ଗୁରୁ ଜେ. ଶ୍ରୀନୁ ଏବଂ ଗୁରୁ ସି ଏଚ୍. ଚନ୍ଦ୍ରଶେଖର ରାଓ ମହୋଦୟ ବିଧିବଦ୍ଧ ସଂଘ ତରଫରୁ “ସର୍ବଶ୍ରେଷ୍ଠ ବାଦ୍ୟ ଗୁରୁ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ନାଟ୍ୟ ନିର୍ଦେଶକ କୃଷ୍ଣ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ l

Read more

Local News