ବ୍ରହ୍ମପୁର(22/12):-ସର୍ବଭାରତୀୟ ରାଜ୍ୟ ଫେଡେରେସନ ର କାର୍ଯ୍ୟକାରୀ ବୈଠକ ବିଜୟ ୱାଡା ଠାରେ ସଙ୍ଗ ସଭାପତି ପି. କେ ଶର୍ମାଙ୍କ ସଭାପତିତ୍ବରେ ଗତ 21/12 ଦିନ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସମ୍ପାଦନା ଡି, ସୁଧାକର, ଏସ୍ ଏସ୍. ଦୁବେ ,ଆନ୍ଧ୍ର ସଂଘ ଚେୟାର ମ୍ୟାନ୍ ଭି ଭେଙ୍କଟ ସ୍ଵର ଲୁ ,ଜି ପୂର୍ଣ୍ଣ ଚନ୍ଦ୍ର ରାଓ ମଞ୍ଚାସୀନ ଥିଲେ l କାର୍ଯ୍ୟକାରୀ କମିଟି ର ସମସ୍ତ ସଦସ୍ୟ ଙ୍କ ସହ ଓଡିଶାର ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ଉପସ୍ଥିତ ରହି ସମସ୍ତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ପେନ୍ସନ ଅଧିକାର କୁ ସଙ୍କୁଚିତ କରିବା ଓ ଗଣତାନ୍ତ୍ରିକ ଅଧିକାରକୁ ବାଦ ଦେଇ ନିଜ ଇଚ୍ଛାରେ ପରିଚାଳନା ପାଇଁ ଭେ ଲି ଡେ ସ ନ ଆକ୍ଟ 2025 ସଂସଦରେ ପାରିତ କରାଇ ଆତଙ୍କ ସୃଷ୍ଟି କରିଛନ୍ତି l ଆକ୍ଟ 2025 ପୁନଃବିଚାର ପାଇଁ ବହୁ ଆଗରୁ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ ଲିଖିତ ଭାବେ ଏକ କୋଟି ରୁ ଅଧିକ ସଦସ୍ୟ ଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦିଆ ଯାଇଥିଲା l ଗତ ଡିସେମ୍ବର 17 ତାରିଖ ଦିନ ପେନସନ ରସ ଡେ ପାଳନ ଅବସରରେ ଆକ୍ଟ 25 କୁ ପୁନଃବିଚାର ଓ ବାତିଲ କରିବା ପାଇଁ ଦେଶର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦାବିପତ୍ର ଦିଆଯିବା ବିଷୟ ସମ୍ପାଦକ ଅବଗତ କରାଇଥିଲେ l ବହୁ କାର୍ଯ୍ୟକାରିଣୀ ସଦସ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରି ପେନ୍ସନ କାହାର ଦୟାର ପାତ୍ର ନ ହୋଇ ହକ୍ ଦାବି ହାସଲ ପାଇଁ ଜନ ଜାଗରଣ ସୃଷ୍ଟି କରିବା ପାଇଁ କଳା ବ୍ୟାଜ୍ ପିନ୍ଧି ଆସନ୍ତା ମାର୍ଚ୍ଚ ମାସରେ ସାଂସଦ ଆଗରେ ରାମଲୀଳା ମଇଦାନରେ ଧାରଣ ଓ ଧର୍ମଘଟ କରିବାକୁ ପ୍ରସ୍ତାବ ଆଗତ କରି ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା l ସଭାରେ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ସହ ଓଡିଶା ପ୍ରତିନିଧି କେନ୍ଦ୍ର ସଂଘ ନିର୍ଦ୍ଦେଶକୁ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l କେନ୍ଦ୍ର ସଂଘ ର ନିର୍ଦ୍ଦେଶ କୁ ଆଗାମୀ ଦିନରେ ପାଳନ ନିମନ୍ତେ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚ ଗଞ୍ଜାମ ଜିଲ୍ଲାର ସଭାପତି ପ୍ରଦୀପ କୁମାର ସାହୁ ସମ୍ପାଦକ ଅଶୋକ କୁମାର ଦଳାଇ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ରାଜେନ୍ଦ୍ର କୁମାର ପଣ୍ଡା, ବିଭୂତି ଭୂଷଣ ଜେନା ,ସହ ସମ୍ପାଦକ ମିହିର କାନ୍ତ ମହାପାତ୍ର, ଉପ ସଭାପତି ସୁବାସ ଚନ୍ଦ୍ର ମିଶ୍ର, ଶିକ୍ଷକ ମହାସଂଘ ଅଧ୍ୟକ୍ଷ କାମ ରାଜୁ ମହାରଣା , ଇ. କନ୍ୟାକୁମାରୀ ପ୍ରମୁଖ ଘୋଷଣା କରିଥିଲେ l