ବ୍ରହ୍ମପୁର,:ବ୍ରହ୍ମପୁର ମହାନଗର ଦଣ୍ଡନାଚ ମହାସଂଘ (ବ୍ରହ୍ମପୁର ଶାଖା)ର ସଦସ୍ୟମାନେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ପ୍ରତିନିଧିମାନଙ୍କ ସହ ରବିବାର ସ୍ୱର୍ଗତ ଲକ୍ଷ୍ମୀଚନ୍ଦ୍ର ପାଢ଼ୀଙ୍କ ଦ୍ୱାଦଶକାର୍ଯ୍ୟ ଅବସରରେ ସ୍ମୃତିଚାରଣ କରି ତାଙ୍କ ପବିତ୍ର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ।
ଏହି ଶୋକ ସଭାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସଭାପତି ଶ୍ରୀ ଶିବରାମ ପ୍ରଧାନଙ୍କ ସହ ଶ୍ରୀ ଅଖିଳ କୁମାର ପଟ୍ଟନାୟକ, ଶ୍ରୀ ନରସିଂହ ସାହୁ, ଶ୍ରୀ ରାଜକୁମାର ନାୟକ ଉପସ୍ଥିତ ଥିଲେ। ଏହା ସହ ବ୍ରହ୍ମପୁର ମହାନଗର ଦଣ୍ଡନାଚ ମହାସଂଘ ଶାଖାର ମୁଖ୍ୟ ପରାମର୍ଶଦାତା ଶ୍ରୀ ସୁରେନ୍ଦ୍ର କୁମାର ସେନାପତି, ସଭାପତି ଶ୍ରୀ ଦେବୀ ପ୍ରସାଦ ପଣ୍ଡା, ସମ୍ପାଦକ ଶ୍ରୀ ପି. ନାନୀ ରାଓ, ପ୍ରସାଦ ନାୟକ, ଶ୍ରୀ ରାଜା ପ୍ରସାଦ ବେହେରା ନୂଆ ବସଷ୍ଟାଣ୍ଡ, ସାଲେଶ୍ୱେର ପରିଚାଳକ ଶ୍ରୀ ସୁରୀ ବେହେରା, ଶ୍ରୀ ଏମ. କିଶୋର ପାତ୍ର, ଶ୍ରୀ କେ. କୃଷ୍ଣମୂର୍ତ୍ତି ଦୋରା, ଶ୍ରୀ ଦେବେନ୍ଦ୍ର ମାଲିକ, ଶ୍ରୀ ନାରାୟଣ, ଗାନ୍ଧୀନଗର ଦଣ୍ଡକାଳୀ ମନ୍ଦିରର ଶ୍ରୀ ପପୁନ, ଶ୍ରୀ ଶିଶିର ଆମ୍ବପୁଆ, ଶ୍ରୀ ବାବୁଲା ନାୟକ ସହ ଅନେକ ସଦସ୍ୟ ଉପସ୍ଥିତ ରହି ଗଭୀର ଶୋକ ସମବେଦନା ପ୍ରକାଶ କରିଥିଲେ।
ବକ୍ତାମାନେ ଏହି ଦୁଃଖଦ ଘଟଣାରେ ଶୋକାକୁଳ ପରିବାରକୁ ଧୈର୍ଯ୍ୟ ଓ ସାହସ ରଖିବାକୁ ଅନୁରୋଧ କରିଥିବା ସହ ସମଗ୍ର ଦଣ୍ଡନାଚ ପରିବାରର ପକ୍ଷରୁ ପରିବାର ସହ ଏକାତ୍ମତା ପ୍ରକାଶ କରି ସାନ୍ତ୍ୱନା ଜଣାଇଥିଲେ।
ମହାସଂଘ ପକ୍ଷରୁ ସମୁହଗତ ଭାବେ ସ୍ୱର୍ଗତ ଆତ୍ମାଙ୍କ ଶାନ୍ତି କାମନା କରାଯାଇଥିଲା ଏବଂ ଶୋକାକୁଳ ପରିବାର ପ୍ରତି ଆଗାମୀ ଦିନରେ ସଦା ସହଯୋଗ ରହିବ ବୋଲି ଆଶ୍ୱାସନ ଦିଆଯାଇଥିଲା। ଏହି ଶୋକ ସମବେଦନା କାର୍ଯ୍ୟକ୍ରମ ଦୁଃଖର ମୁହୂର୍ତ୍ତରେ ଦଣ୍ଡନାଚ ପରିବାରର ଏକତା, ସହାନୁଭୂତି ଓ ସାମୂହିକ ମାନବିକତାର ପ୍ରତୀକ ଭାବେ ପ୍ରତିଫଳିତ ହୋଇଥିଲା।
Share
Read more