ବିଜେପି ଦଳ ପକ୍ଷରୁ ଦୁଇଟି ରାଜ୍ୟର ଅଧ୍ୟକ୍ଷ ଓ ୬ ରାଜ୍ୟର ପ୍ରଭାରୀଙ୍କୁ ନବ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସୂଚନା ଅନୁଯାୟୀ ଦିଲୀପ ଜୟସ୍ୱାଲ୍ଙ୍କୁ ବିହାରର ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ରାଜ୍ୟସଭା ସଦସ୍ୟ ମଦନ ରାଠୋର୍ଙ୍କୁ ରାଜସ୍ଥାନର ନୂଆ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ହରୀଶ୍ ଦ୍ୱିବେଦୀଙ୍କୁ ଆସାମ୍ର ଦଳୀୟ ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ସାଂସଦ ଅତୁଲ ଗର୍ଗଙ୍କୁ ଚଣ୍ଡୀଗଡ଼଼, ଅରବିନ୍ଦ ମେନନ୍ଙ୍କୁ ଲାକ୍ଷାଦ୍ୱୀପ ଓ ତାମିଲ୍ନାଡ଼ୁ, ରାଧାମୋହନ ଦାସ ଅଗ୍ରୱାଲ୍ଙ୍କୁ ରାଜସ୍ଥାନ, ଡକ୍ଟର ରାଜଦୀପ୍ ରାୟଙ୍କୁ ତ୍ରିପୁରା, ବିଜୟା ରହାଟ୍କର୍ଙ୍କୁ ରାଜସ୍ଥାନର ସହ-ପ୍ରଭାରୀ ଓ ସୁଧାକର ରେଡ୍ଡୀଙ୍କୁ ତାମିଲ୍ନାଡ଼ୁର ସହପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।