Thursday, January 23, 2025
18.2 C
Brahmapur

ବିଶ୍ୱକପର ଫାଇନାଲରେ ଭାରତ (ଟିମ୍ ଇଂଡିଆ)ବିଶ୍ୱ ବିଜେତା

Share

ନୁଆଦିଲ୍ଲୀ:ବିଶ୍ୱକପର ଫାଇନାଲ ଫାଇଟ କୌଣସି ବଲିଉଡ ସିନେମାଠୁ କମ୍ ନ ଥିଲା । ଯେଉଁଥିରେ ଆକ୍ସନ, ଥ୍ରିଲର ଓ ଇମୋସନ ଭରପୂର ମାତ୍ରାରେ ରହିଥିଲା । ମ୍ୟାଚରେ ଗୋଟିଏ ସମୟ ଲାଗୁଥିଲା ଭାରତର ବିଶ୍ୱ ବିଜେତା ସ୍ୱପ୍ନ ପୁଣି ଧୂଳିସାତ ହୋଇଯିବ । ଫ୍ୟାନ୍ସଙ୍କ ଲୋମ ଟାଙ୍କୁରୀ ଉଠୁଥିଲା, ଆଖିର ଲୁହ ବାହାରିବି ବାହାରିବି ବୋଲି କହୁଥିଲା । ମାତ୍ର ପଡିଆରେ କ୍ୟାପଟେନ ରୋହିତ ଶର୍ମାଙ୍କ ଦମଦାର ଫଇସଲା ନାମକ ବୁମେରାଂ ଭାରତ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଥିଲା । ଯାହାର ପ୍ରଭାବରେ ଘାଇଲା ହୋଇଥିଲା ସାଉଥ ଆଫ୍ରିକା । ଫଳରେ ମ୍ୟାଚର ବାଜି ପଲଟି ଯାଇଥିଲା ଓ ଟିମ୍ ଇଣ୍ଡିଆ ଦୀର୍ଘ ୧୧ ବର୍ଷ ପରେ ଆଇସିସି ଟ୍ରଫି କବ୍ଚା କରିଥିଲା ।
୧.ଅକ୍ଷର ପଟେଲଙ୍କୁ ଉପରିକ୍ରମରେ ବ୍ୟାଟିଂ ଦେବା: ଫାଇନାଲ ମୁକାବିଲାର ପ୍ରାରମ୍ଭିକ ୮ ବଲରେ ଭାରତ ୫ ଟି ଚୌକା ସହାୟତାରେ ୨୩ ରନ କରି ସାରିଥିଲା । ଲାଗୁଥିଲା ରୋହିତବାହିନୀ ବିଶାଳ ସ୍କୋର କରିବ । ମାତ୍ର ପରବର୍ତ୍ତୀ ୨ ଟି ବଲରେ କେଶବ ମହାଜାର ଅଧିନାୟକ ରୋହିତ ଶର୍ମା ଓ ୱିକେଟ ରକ୍ଷକ ଋଷଭ ପନ୍ତକୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ପରେ ସୂର୍ଯ୍ୟକୁମାର ଆଉଟ ହେବା ସମୟରେ ଲାଗିଲା ଭାରତ ୧୫୦ ରନ ବି କରି ପାରିବ ନାହିଁ । ୩୪ ରନରେ ୩ ୱିକେଟ ଯିବା ପରେ ଅଧିନାୟକ ଏକ ବଡ ଫଇସଲା ନେଲେ ଓ ଅକ୍ଷର ପଟେଲଙ୍କୁ ପଠାଇଥିଲୋ । ଯାହା ଭାରତ ପାଇଁ କାଳଜୟୀ ସାବ୍ୟସ୍ତ ହେଲା । ସେ ୩୧ ବଲରେ ୪୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।
୨.ବୁମ୍ ବୁମ୍ ବୁମରା ପକାଇଥିଲେ ୧୮ ତମ ଓଭର: ଦକ୍ଷିଣ ଆଫ୍ରିକାକୁ ଅନ୍ତିମ ୧୮ ବଲରେ ମାତ୍ର ୨୨ ରନର ଆବଶ୍ୟକ ଥିଲା । କ୍ରିଜରେ ଡେଭିଡ ମିଲର ଓ ମାର୍କୋ ୟାନସନ ବ୍ୟାଟିଂ କରୁଥିଲେ । ସମସ୍ତଙ୍କ ଆଶା ସରିବାରେ ଲାଗିଥିଲା । ଭାରତ ହାରିବ ହାରିବ ବାସୁଥିଲା । ମାତ୍ର ଏହି ସମୟରେ ଅଧିନାୟକ ଯଶପ୍ରୀତ ବୁମରାଙ୍କୁ ବଲ ଧରାଇ ଥିଲେ । ଅନ୍ୟ କୌଣସି ଅଦିନାୟକ ହୋଇଥିଲେ ତାଙ୍କୁ ୧୯ କିମ୍ବା ୨୦ ଓଭରରେ ବୋଲିଂ ଦେଇ ଥାଆନ୍ତା । ମାତ୍ର ରୋହିତ ସେପରି ନ କରି ରିସ୍କ ନେଇ ସଫଳ ହେଲେ । ଏହି ୧୮ ତମ ଓଭରରେ ମାତ୍ର ୨ ରନ ଦେଇ ବୁମରା ନେଇଥିଲେ ୧ ୱିକେଟ । ଫଳରେ ଶେଷ ୧୨ ବଲରେ ୨୦ ରନ ଆବଶ୍ୟକ ଥିଲା ସାଉଥ ଆଫ୍ରିକାକୁ । ଏହା ପଛର କାରଣ ଥିଲା ବୁମ୍ ବୁମ୍ ବୁମରାଙ୍କ ଘାତକ ବୋଲିଂ।

Read more

Local News