ଭିଜିଲାନ୍ସ ଜାଲରେ ପିଇଓ । ସୂଚନା ଯେ, ଲାଞ୍ଚ ନେଇ କଳାହାଣ୍ଡି ଜିଲା ଥୁଆମୂଳ, ରାମପୁର କାଣୀଗୁମ୍ମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସନ୍ନ୍ୟାସୀ ନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୋମବାର ସକାଳେ ଅଭିଯୋଗକାରୀଙ୍କ ଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମଷ୍ଟରରୋଲ୍ ଆଗେଇ ନେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧାରା ପଡିଥିଲା । ଏହାପରେ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ପିଇଓଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଅନ୍ୟପଟେ ପଞ୍ଚାୟତ ଅଫିସ ସମେତ ଭବାନୀପାଟଣା ସହର ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।