ଗତକାଲି ନିଧି ଛିବ୍ବେରଙ୍କ ସ୍ଥାନରେ ବରିଷ୍ଠ ଅମଲାତନ୍ତ୍ରୀ ରାହୁଲ ସିଂଙ୍କୁ ସେଣ୍ଟ୍ରାଲ ବୋର୍ଡ୍ ଅଫ୍ ସେକେଣ୍ଡାରି ଏଜୁକେଶନ୍ (ସିବିଏସ୍ଇ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ସୂଚନା ଯେ ନିଧିଙ୍କୁ ନୀତି ଆୟୋଗ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଛି । ଏହି ପ୍ରସ୍ତାବକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଛି । ବର୍ତ୍ତମାନ କାର୍ମିକ ଓ ତାଲିମ ବିଭାଗ ଅତିରିକ୍ତ ସଚିବ ଥିବା ୧୯୯୬ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ବିହାର କ୍ୟାଡର ଅଧିକାରୀ ରାହୁଲଙ୍କ ନିଯୁକ୍ତି ନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।