Monday, July 13, 2026
35.9 C
Brahmapur

ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ବିବାହ କଲେ ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ

Share

ଭୁବନେଶ୍ୱର(ଏସ.ଏମ.ପି):-ବାହା ହେଲେ ଓଲିଉଡର ଲୋକପ୍ରିୟ ନାୟିକା ଏଲିନା। ସେ ଭୁବନେଶ୍ବରର ଯୁବ ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ବିବାହ କରିଥିବା ଜଣାଯାଇଛି। ଇଣ୍ଡୋନେସିଆ ବାଲିରେ ହିନ୍ଦୁ ରୀତିରେ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏନେଇ ନିଜେ ଏଲିନା ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ତରଙ୍ଗ ଚାନେଲରେ ପ୍ରସାରିତ ରିଆଲିଟି ସୋ’‘କିଏ ହେବ ମୋ’ ହିରୋଇନ୍’ର ବିଜୟିନୀ ହୋଇ ଓଲିଉଡ଼ରେ ଏଣ୍ଟ୍ରି ନେଇଥିଲେ ଏଲିନା ସାମନ୍ତରାୟ। ତରଙ୍ଗ ସିନେ ପ୍ରଡ଼କସନର ପ୍ରଥମ ଓଡ଼ିଆ ଛବି ‘ଇଶ୍କ ତୁ ହି ତୁ’ ଥିଲା ଏଲିନାଙ୍କର ପ୍ରଥମ ଫିଲ୍ମ। ଏଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଏଲିନା।ଏହାପରେ ଏଲିନା କେତେକ ସିନେମାରେ ସେ ଦେଖା ଦେଇଛନ୍ତି। ସେହି ଫିଲ୍ମଗୁଡ଼ିକ ହେଲା ଜଗା ହାତରେ ପଘା, ଲଭ୍ ଷ୍ଟେସନ୍, ଅଭୟ ,ହାପି ଲକି, ଟୋକାଟା ଫସିଗଲା, କାବୁଲା ବାରବୁଲା,ଇଶ୍କ ପୁଣି ଥରେ, ‘ଝିଅଟା ବିଗିଡ଼ିଗଲା’, ପାବାର୍, ଦୃଷ୍ଠିକୋଣ, ପ୍ରିୟେ ମୁଁ ତୁମର ସିଏ, ମାଲ୍ୟଗିରି, କେମିତି ଏ ସଂପର୍କ, ମାଲ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି ଆଦି।

Read more

Local News