୮ ଦିନ ପରେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଲେ ଅଭିନେତା ବୁଦ୍ଧାଦିତ୍ୟ

Share

ଭୁବନେଶ୍ୱର: ୮ ଦିନ ପରେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଫୁସଫୁସ ଏବଂ ଛାତିରେ ସାମାନ୍ୟ ସଂକ୍ରମଣ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘରେ ରହି ନିୟମିତ ଔଷଧ ସେବନ ସହିତ ବିଶ୍ରାମ ନେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଛନ୍ତି। ଏହା ସହିତ କମ କଥା ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଗତ ଆଠ ଦିନ ତଳେ ଘରେ ଥିବା ସମୟରେ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ବୁଦ୍ଧାଦିତ୍ୟଙ୍କୁ କଟକର ଏକ ଗରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ଘରକୁ ଫେରିବା ସମୟରେ ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଏବଂ ସେବିକାମାନଙ୍କ ସହିତ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Read more

Local News