ଦିଲ୍ଲୀର ଉପ-ରାଜ୍ୟପାଳ ବିନୟ କୁମାର ସାକ୍ସେନା ପ୍ରବଳ ଖରାକୁ ଦେଖି ଶ୍ରମିକମାନଙ୍କ ପାଇଁ ଦ୍ୱିପ୍ରହର ୧୨ଟାରୁ ୩ଟା ପର୍ଯ୍ୟନ୍ତ ଛୁଟି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଉପ-ରାଜ୍ୟପାଳ ନିର୍ମାଣ ସ୍ଥଳରେ ମଜୁରିଆଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଏବଂ ପଇଡ଼ ପାଣି ଉପଲବ୍ଧ କରିବା, ବସ୍ ଷ୍ଟାଣ୍ଡରେ ମାଠିଆରେ ପାଣି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।