ପ୍ରତି ପଞ୍ଚାୟତରେ ଆରୋଗ୍ୟମ୍ ସେଣ୍ଟର ଖୋଲାଯିବ ବୋଲି ସୂଚନା ମିଳିଛି । ଏହାସହ ପ୍ରତି ସେଣ୍ଟରରେ ଯୋଗ ପ୍ରଶିକ୍ଷକ ରହିବେ । ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ଏଥିପାଇଁ ଯୁବବର୍ଗ ଯୋଗ ପ୍ରତି ଆକୃଷ୍ଟ ହେବା ଆବଶ୍ୟକ ରହିଛି । ଏହାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର ଖୋଲାଯିବ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ ଯୋଗ ଦିବସ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଅବସରରେ ସେ କହିଥିଲେ, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଖୋଲିବ ଆରୋଗ୍ୟମ୍ ସେଣ୍ଟର । ଭାରତ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ଗ୍ରାମ ପଞ୍ଚାୟତରେ ଆରୋଗ୍ୟ ସେଣ୍ଟର ଖୋଲାଯିବା ନିମନ୍ତେ ପ୍ରସ୍ତାବ ରହିଛି । ପ୍ରତି ସେଣ୍ଟରରେ ଜଣେ ଲେଖାଏଁ ଯୋଗ ପ୍ରଶିକ୍ଷକ ରହିବେ । ଯୋଗ ଓ ଆର୍ୟୂବେଦର ପ୍ରଚାର, ପ୍ରସାର ପାଇଁ କେନ୍ଦ୍ର ସହ ମିଶି ଆମେ ପ୍ରମୁଖ ଭୂମିକା ତୁଲାଇବୁ ।