ହୀରାକୁଦ ଗେଟ୍ ଖୋଲାଯାଇ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର(ଏସଆରସି) । ସେ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ । ତେବେ ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନ ଯିବା ପାଇଁ ସତର୍କ କରାଇବା ଏବଂ ନଦୀ ପାଖକୁ ଗୋରୁଙ୍କୁ ନ ଛାଡ଼ିବା ପାଇଁ ସତର୍କ କରାଇବା ସହ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲିଥିବା ବେଳେ ଆଜି ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍ ଖୋଲିବାର ଅଛି ବୋଲି ଜଣାଯାଇଛି ।