Wednesday, January 22, 2025
19.2 C
Brahmapur

ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ପେସା ଆଇନ’…

Share

ରାଜ୍ୟରେ କାର୍ଯ୍ୟକାରୀ ହେବ ପଞ୍ଚାୟତ ଏକ୍ସଟେନସ ଟୁ ଶିଡ୍ୟୁଲଡ ଏରିଆ (ପେସା), ଆଇନ୍ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟର ଆଦିବାସୀଙ୍କ ବିକାଶ ପାଇଁ ପେସା ଆଇନ ଲାଗୁ କରାଯିବ । ବିଧାନସଭାର ଆଗାମୀ ଅଧିବେସନରେ ଏନେଇ ବିଲ୍ ଆସିବ । ଚଳିତ ବିଧାନସଭା ଅଧିବେସନରେ ବଜେଟ ଆସିଥିବା ବେଳେ ପରବର୍ତ୍ତୀ ଅଧିବେସନରେ ପେସା ଆଇନ ସମ୍ପର୍କିତ ବିଲ୍ ଆସିବ । ବିଧାନସଭାରେ ଏହି ବିଲ ପାରିତ ହେବା ପରେ ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Read more

Local News