Wednesday, January 22, 2025
19.2 C
Brahmapur

ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି…

Share

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ମିଳିଛି । ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ‘Companion of the Order of Fiji’ ସମ୍ମାନରେ ସମ୍ମାନୀତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି । ଏହି ଗସ୍ତ ସମୟରେ ତାଙ୍କୁ ଏପରି ସମ୍ମାନ ମିଳିଛି । ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି ରାଷ୍ଟ୍ରପତି ମୁର୍ମୁ ଅବିହିତ କରିଛନ୍ତି । ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଫିଜି ଗସ୍ତ କରିଥିବା ରାଷ୍ଟ୍ରପତି ମୁର୍ମୁ ସେଠାକାର ସଂସଦକୁ ମଧ୍ୟ ସମ୍ବୋଧନ କରିଥିଲେ । ସେଠାରେ ସେ କହିଛନ୍ତି ଯେ ଭାରତ ବିଶ୍ୱ ମଞ୍ଚରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଉଥିବା ବେଳେ ଆମେ ଫିଜି ସହ ଭାଗିଦାରୀ କରିବାକୁ ପ୍ରସ୍ତୁତ । ଫିଜିର ପ୍ରାଥମିକତାକୁ ଭିତ୍ତିକି ଦେଶକୁ ଅଧିକ ସଶକ୍ତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଫିଜିରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ରାଷ୍ଟ୍ରପତି କାଟୋନିଭେରେ ଷ୍ଟେଟ ହାଉସରେ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ମୁର୍ମୁ ଫିଜିର ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକାଙ୍କ ସହ ମଧ୍ୟ ଦୁଇ ଦେଶର ସମ୍ପର୍କ କେମିତି ଅଧିକ ସଶକ୍ତ ହେବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କଥା ହୋଇଛନ୍ତି । ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିରେ ରହୁଥିବା ଭାରତୀୟ ଲୋକଙ୍କୁ ମଧ୍ୟ ସମ୍ବୋଧନ କରିଛନ୍ତି । ଏହି ସମୟରେ ‘Companion of the Order of Fiji’ ପାଇଁ ସେ ଫିଜିକୁ ଧନ୍ୟବାଦ ଜଣାଇଛନ୍ତି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଫିଜି ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାକୁ ମୋଦି ସମସ୍ତ ଭାରତୀୟ ଓ ଫିଜିରେ ରହୁଥିବା ଲୋକଙ୍କୁ ଉତ୍ସର୍ଗ କରିଥିଲେ ।

Read more

Local News