Monday, April 21, 2025
39.2 C
Brahmapur

ମଙ୍କିପକ୍ସର ଦ୍ୱିତୀୟ ମାମଲା କେରଳରେ ଚିହ୍ନଟ

Share

କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି ।_ ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ। ଏଥିରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଅନୁସନ୍ଧାନ ରିପୋର୍ଟରେ ଏହା ଏମପୋକ୍ସ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । କେରଳ ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ସେ କହିଛନ୍ତି ଯେ ୟୁଏଇରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ଏମପିଓକ୍ସର ଲକ୍ଷଣ ଦେଖାଯାଇଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଯାଞ୍ଚ ସମୟରେ ଭୂତାଣୁ ନିଶ୍ଚିତ ହୋଇଥିଲା । ଯେଉଁ ମାନଙ୍କର ବିଦେଶ ଭ୍ରମଣ ଇତିହାସ ଅଛି ସେମାନେ ଏହି ଭୂତାଣୁର ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ଉଚିତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ହସ୍ପିଟାଲରେ ଚିକିତ୍ସା ଓ ଆଇସୋଲେସନ୍ ବ୍ୟବସ୍ଥା କରାଯାଇଛି। ନୋଡାଲ ଅଫିସରଙ୍କ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଏହାବ୍ୟତୀତ ସମସ୍ତ ମେଡିକାଲ କଲେଜରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି। କେରଳ ପୂର୍ବରୁ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମଙ୍କିପକ୍ସ ହୋଇଥିବା ଜଣାପଡ଼ିଥିଲା। ଚଳିତ ବର୍ଷ ଭାରତରେ ମଙ୍କିପକ୍ସର ଏହା ପ୍ରଥମ ମାମଲା ଥିଲା। ଏବେ କେରଳରେ ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି।

Read more

Local News