ନୁଆଦିଲ୍ଲୀ:ଭାରତର ବଡ଼ ବିଜୟ। ୨୩୪ ରନରେ ୟୁଏଇକୁ ପରାସ୍ତ କଲା ଦଳ। ଟିମ୍ ଇଣ୍ଡିଆ ଅଣ୍ଡର ୧୯ ଏସିଆ କପ୍ ୨୦୨୫ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ୧୭୧ ରନର ଇନିଂସ ବଳରେ ୪୩୩ ରନର ବିଶାଳ ସ୍କୋର କରିଥିଲା। ଜବାବରେ ୟୁଏଇ ନିର୍ଦ୍ଧାରିତ ୫୦ ଓଭରରେ କେବଳ ୧୯୯ ରନ କରିପାରିଥିଲା।
ଏହା ଥିଲା ଅଣ୍ଡର ୧୯ ଏସିଆ କପ୍ ୨୦୨୫ର ପ୍ରଥମ ମ୍ୟାଚ୍, ଯେଉଁଥିରେ ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଫ୍ଲପ୍ ହୋଇଥିଲେ। ହେଲେ, ବୈଭବ ସୂର୍ଯ୍ୟବଂଶୀ ନିଶ୍ଚିତ ଭାବରେ UAE ବୋଲରମାନଙ୍କୁ ଭାଙ୍ଗି ଦେଇଥିଲେ।
Share
Read more