Monday, April 21, 2025
39.2 C
Brahmapur

ଗୋଦର ସ୍ଵାସ୍ଥ୍ୟ ସଚେତନା ଶିବିର

Share

ବ୍ରହ୍ମପୁର:-ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଫାଇଲେରିଆ ବା ଶ୍ଲୀପଦ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ସନ୍ତସନ୍ତିଆ ଜାଗାରେ ଫାଇଲେରିଆ କୃମି ଯୁକ୍ତ ଆନୋଫିଲିସ ମଶା ବଢ଼ନ୍ତି, ଏମାନେ କାମୁଡ଼ିଲେ କୀଟ, ଲସିକା ସଂବହନରେ ଯାଇ ଲସିକାଗ୍ରନ୍ଥି ସବୁକୁ ବଢାଇ କମ୍ପନ ଯୁକ୍ତ ଜ୍ୱର, ମୁଣ୍ଡବ୍ୟଥା,ଗୋଡ,କୋଷ, ହାତ,ନାକ,କାନ ବା ଓଠ ଫୁଲି ଯାଏ।ଲସିକା ଆସୁଥିବାରୁ କ୍ଷୀର ରଙ୍ଗର ପରିସ୍ରା ହୁଏ। ଅର୍ଦ୍ଧ ରାତ୍ରିରେ ରକ୍ତ ପରୀକ୍ଷା କରି ବା ନାଡୀ ଦେଖି ରୋଗ ନିର୍ଣ୍ଣୟ ହୁଏ।ଖଟା, ଥଣ୍ଡା ଖାଇଲେ ଶୀଘ୍ର ରୋଗ ବଢେ ।ମଶା ବଂଶ ନାଶ କରି, ଦୂରେଇ ରହିଲେ ରୋଗ ହୁଏ ନାହିଁ। ହଳଦୀ ଚୂର୍ଣ୍ଣ ଗୁଡ଼ ସହ ବା ଗିଲ ପତ୍ର ବା ଗୁଳୁଚି ପତ୍ର ରସ ସହ ସୋରିଷ ତେଲ ପିଇଲେ ଭଲ ହୋଇଯାଏ। ଫୁଲା ବ୍ୟଥା ସ୍ଥାନରେ ଦୁଦୁରା ପତ୍ର ବାଟି ଗରମ କରି ଲଗାଇଲେ ଭଲ ହୋଇଯାଏ। ଫୁଲା ସ୍ଥାନରେ ଶୁଦ୍ଧ ଜୋକ ଲଗାଇଲେ ଅଶୁଦ୍ଧ ରକ୍ତ ବାହାରିଯାଇ ଫୁଲା ଶୀଘ୍ର କମିଯାଏ ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତିl

Read more

Local News