Monday, July 13, 2026
35.9 C
Brahmapur

ଭାରତୀୟ ଦଳ ଏକତରଫା ମ୍ୟାଚ ଜିତିବା ପରେ :ଆସନ୍ତାକାଲି ଚଣ୍ଡିଗଡରେ ଦ୍ୱିତୀୟ ଟି-୨୦ ପାଇଁ ଯାତ୍ରା

Share

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଓଡ଼ିଶାରୁ ଉଭୟ ଖେଳାଳି ଆଜି ଚଣ୍ଡିଗଡ ଯାଉଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଖେଳାଳିଙ୍କୁ ବିଦାୟ ଦିଆଯାଇଛି ।ସେପଟେ ଆଜି ସକାଳୁ ସକାଳୁ ବାରବାଟୀ ଆସି ନେଟ୍‌ ପ୍ରାକ୍ଟିସ କରିଥିଲେ ବରୁଣ ଚକ୍ରବର୍ତ୍ତୀ । ଏକ ଘଣ୍ଟା ଧରି ନେଟ୍‌ ପ୍ରାକ୍ଟିସ୍‌ କରିଥିଲେ । ଆସନ୍ତାକାଲି ଚଣ୍ଡିଗଡରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଏଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବରୁଣ । ଗତକାଲି ବାରବାଟୀରେ ଭାରତୀୟ ଦଳ ଏକତରଫା ମ୍ୟାଚ ଜିତି ପାଞ୍ଚ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ବାରବାଟୀ ବିଜୟରୁ ବିଶ୍ୱକପ ପାଇଁ ବିଗୁଲ ବଜାଇଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ଓ ବୋଲରଙ୍କ ପାଇଁ ଭାରତ କାଲି ଦମଦାର ବିଜୟ ହାସଲ କରିଛି । ୧୧ତାରିଖରେ ନ୍ୟୁ ଚଣ୍ଡିଗଡରେ ଦ୍ୱିତୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ଟିମ୍‌ ଇଣ୍ଡିଆର ମନୋବର ଦୃଢ ରହିଛି ।

Read more

Local News