ଗୁରୁତର ଅସୁସ୍ଥ ହୋଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ହୃଦଘାତ ପରେ ଦାମୋଦର ଗୁରୁତର ହେବା ସହ ବ୍ରେନଡେଡ଼ ହୋଇପଡିଛି ବୋଲି ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଦାମ ରାଉତ ବିଜେଡିର ଏକ ଟାଣୁଆ ନେତା ଥିଲେ । ଏହାସହ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ୨୦୧୯ ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ । ପରେ ସେ ବିଜେପିରୁ ନିର୍ବାଚନ ମଧ୍ୟ ଲଢି ହାରି ଯାଇଥିଲେ । ନିକଟରେ ବିଜେଡି ତାଙ୍କ ଉପରୁ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲା ।