ଭୁବନେଶ୍ୱର:ବାରବାଟୀରେ ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ହେବ ଟି-20 ମହାଲଢେଇ । ଏନେଇ ସମୟ ପାଖେଇ ଆସୁଛି । ସବୁଠି ତତ୍ପରତା, ପ୍ରସ୍ତୁତିପର୍ବ ଚଳଚଞ୍ଚଳ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।
ଏସବୁ ଭିତରେ ସୋମବାର ଅର୍ଥାତ ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆଗାମୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଡିସେମ୍ବର ୧ ରୁ ଅନଲାଇନ୍ ବିକ୍ରି ଏବଂ ଡିସେମ୍ବର ୫ ରୁ ଅଫଲାଇନ୍ ବିକ୍ରି ଆରମ୍ଭ ହେବ। କଟକର ଛଅଟି ଷ୍ଟାଡିୟମ୍ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି କରାଯିବ। ଏନେଇ ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା ।
ଡିସେମ୍ବାର 3 ଓ 4 ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ ମିଳିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ଥର ଟିକେଟ ସଂଖ୍ୟା କମ କରାଯିବ । ପାଖାପାଖି 6ଟି ଗ୍ୟାଲେରୀର ମରାମତି କାମ ଚାଲିଛି । ତେଣୁ ଟିକେଟ ସଂଖ୍ୟା କମ ରହିବ ବୋଲି OCA ସମ୍ପାଦକ ସୂଚନା ଦେଇଛନ୍ତି । ଡିସେମ୍ବର 9ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-20 ।
Share
Read more