ଭୁବନେଶ୍ୱର: ସରିଲା ପ୍ରଥମ ରାଉଣ୍ଡ। ୧୧୭ ରନରେ ଆଣ୍ଠେଇଲା ସାଉଥ୍ ଆଫ୍ରିକା ଟିମ୍। ଭାରତ ଆଗରେ ୧୧୮ ରନ୍ ର ଟାର୍ଗେଟ୍। ଶେଷ ଓଭର ସୁଦ୍ଧା ମାତ୍ର ୧୧୭ ରନ୍ କରି ଅଲଆଉଟ୍ ହେଲା ଦକ୍ଷିଣ ଆଫ୍ରିକା।
ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ମାତ୍ର ୧୧୭ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ଅଧିନାୟକ ଏଡେନ୍ ମାର୍କରାମ ୪୬ ବଲ୍ ରୁ ସର୍ବାଧିକ ୬୧ ରନ୍ କରିବାରେ ସଫଳ ହୋଇଛନ୍ତି।
ଦକ୍ଷିଣ ଆଫ୍ରିକାର ୮ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନାହାଁନ୍ତି। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଶିବମ୍ ଦୁବେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଛନ୍ତି।
Share
Read more