ଏସିଆ କପ୍ ରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

Share

ନୁଆଦିଲ୍ଲୀ: ଭାରତ ପାକିସ୍ତାନକୁ ୯୦ ରନରେ ପରାସ୍ତ କରିଛି। ପୁରୁଷ ଅଣ୍ଡର ୧୯ ଏସିଆ କପର ଏହି ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା, ଯେଉଁଠାରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୪୦ ରନ କରିଥିଲା।ଜବାବରେ ପାକିସ୍ତାନର ସମ୍ପୂର୍ଣ୍ଣ ଦଳ ୧୫୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଭାରତ ସେମିଫାଇନାଲରେ ପ୍ରାୟତଃ ନିଜର ସ୍ଥାନ ସୁରକ୍ଷିତ କରିନେଇଛି। ଭାରତର ଦୀପେଶ ଦେବେନ୍ଦ୍ରନ ତିନୋଟି ୱିକେଟ ନେଇ ବୋଲିଂରେ ବିପର୍ଯ୍ୟୟ ଘଟାଇଥିଲେ।ଟସ୍ ଜିତି ପ୍ରଥମେ ବୋଲିଂ କରିବାର ପାକିସ୍ତାନର ନିଷ୍ପତ୍ତି ଓଲଟା ପଡ଼ିଲା। ଆରନ୍ ଜର୍ଜଙ୍କ ୮୫ ରନ୍ ଯୋଗୁଁ ଭାରତ ୨୪୦ ରନ୍ କରିଥିଲା। କିନ୍ତୁ, ଟିମ୍ ଇଣ୍ଡିଆ ମଧ୍ୟ ସମ୍ପୂର୍ଣ୍ଣ ୫୦ ଓଭର ଖେଳିପାରି ନଥିଲା।

Read more

Local News