ନୁଆ ଦିଲ୍ଲୀ (ଏସ.ଏମ.ପି):-ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ତାଙ୍କ ଇଟାଲୀୟ ସମକକ୍ଷ ଜର୍ଜିଆ ମେଲୋନୀଙ୍କ ସହ ଦ୍ୱୀପାକ୍ଷିକ ବୈଠକ କରିଛନ୍ତି । ସ୍ଥାନୀୟ ସମୟ ଅନୁସାରେ ହୋଇଥିବା ଏହି ଦ୍ୱୀପାକ୍ଷିକ ବୈଠକରେ ଉଭୟ ନେତା ସାଂସ୍କୃତିକ ଓ ପବ୍ଲିକ ରିଲେସନ୍ସକୁ ମଜବୁତ କରିବାରେ ସହିତ ବ୍ୟାପାର, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି କରିବାକୁ ଆଲୋଚନା କରିଥିଲେ ।
ଏହି ଦ୍ୱୀପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ରିଓ ଡି ଜେନେରିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଭେଟି ଖୁସି ଅନୁଭବ ହେଲା । ପ୍ରତିରକ୍ଷା, ସୁରକ୍ଷା, ବ୍ୟାପାର ଏବଂ ପ୍ରଯୁକ୍ତିବିଦ୍ୟାରେ ବିଷୟରେ ଆମ ଚର୍ଚ୍ଚା କେନ୍ଦ୍ରିତ ଥିଲା । ସଂସ୍କୃତି, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗିତାକୁ ବୃଦ୍ଧି କରିବା ଦିଗରେ ଆମେ କଥାବାର୍ତ୍ତା ହୋଇଥିଲୁ । ଏହା ବ୍ୟତୀତ ଭାରତ ଓ ଇଟାଲୀ ମଧ୍ୟରେ ଥିବା ବନ୍ଧୁତାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା